ନିର୍‌ତାର ପକ୍ଷରୁ ବିଶ୍ୱ ଅକ୍ୟୁପେସ୍‌ନାଲ୍‌ ଥେରାପି ଦିବସ

ଭୁବନେଶ୍ୱର : ନିର୍‌ତାର୍‌ ଅକ୍ୟୁପେସ୍‌ନାଲ୍‌ ଥେରାପି ବିଭାଗ ପକ୍ଷରୁ ବିଶ୍ୱ ଅକ୍ୟୁପେସ୍‌ନାଲ ଥେରାପି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଏକ ମାଗଣା ଅକ୍ୟୁପେସ୍‌ନାଲ ଥେରାପି ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତଟ ରେଳ ବିଭାଗର ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଶାସକ ଡ. ଏସ୍‌.କେ ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ଉତ୍କଳ ବିଭିନ୍ନ ସହାୟତା ସମିତି’ର ସଭାପତି ଦିବାକର ପ୍ରସାଦ ହରିଚନ୍ଦନ, ଏସ୍‌ଭି ନିର୍‌ତାର୍‌ର ନିର୍ଦେଶକ ଡ. ଶକ୍ତିପ୍ରସାଦ ଦାସ, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଦିବ୍ୟାଙ୍ଗମାନଙ୍କ ଜୀବନରେ ଅକ୍ୟୁପେସ୍‌ନାଲ୍‌ ଥେରାପିର ଉପାଦେୟତା ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏସ୍‌ଭି ନିର୍‌ତାର୍‌ ଅକ୍ୟୁପେସ୍‌ନାଲ୍‌ ଥେରାପି ବିଭାଗୀୟ ମୁଖ୍ୟ ଅନୁରୂପା ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ପ୍ରଜ୍ଞା ସିଂହ ମଞ୍ଚସଜ୍ଜା କରିଥିଲେ। ଅଧ୍ୟାପକ ରାମ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର