ଭୁବନେଶ୍ୱର: ଡିସେମ୍ବର ୨୨ ଓ ୨୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିଶ୍ୱ ଓଡ଼ିଆ ସମ୍ମିଳନୀ। ଏହାପୂର୍ବରୁ ସମ୍ମିଳନୀର ୱେବ୍ସାଇଟ୍ ଓ ମୋବାଇଲ୍ ଆପ୍ଲିକେସନ୍ ହୋଟେଲ ମେ ଫେୟାରରେ ଉନ୍ମୋଚିତ ହୋଇଛି। ଏଥିରେ ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ଶିତିକଣ୍ଠ ଦାଶ ଯୋଗଦେଇ ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆ, ଭାଷା, ସଂସ୍କୃତି ଓ ପରମ୍ପରାକୁ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ। ସମ୍ମିଳନୀର ଜାତୀୟ ଓ ଆନ୍ତର୍ଜାତିକ ଆବାହକ କିଶୋର ଦ୍ୱିବେଦୀ ଯୋଗ ଦେଇ କହିଥିଲେ ଯେ, ସମ୍ମିଳନୀରେ ଜଗନ୍ନାଥ ଚେତନା, ସାମାଜିକ, ସାଂସ୍କୃତିକ, ସାହିତ୍ୟିକ, ଅର୍ଥନୈତିକ ପରି ଦିଗ ଉପରେ ଆଲୋଚନ ହେବ। ସଭାପତି ମୁରଲୀ ମନୋହର ଶର୍ମା କହିଥିଲେ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିିତ୍ତିଭୂମି ବିକାଶ, ପରିବେଶ ଓ ଚିକିତ୍ସା ଭଳି ନୂଆ ପର୍ଯ୍ୟଟନ ବ୍ୟବସ୍ଥା ପାଇଁ ପ୍ରୋତ୍ସାହନ, କୃଷି ଓ କୃଷକର ଉନ୍ନତି, ଦେଶ ଓ ବିଦେଶର ବିଭିନ୍ନ ସହରରେ ଓଡ଼ିଆ ବରପୁତ୍ରଙ୍କ ନାମରେ ରାସ୍ତା ଓ ପ୍ରତିମୂର୍ତ୍ତି ନିର୍ମାଣ କରିବା ପରି ବିଭିନ୍ନ ବିଷୟକୁ ନେଇ ସମ୍ମିଳନୀ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଉନ୍ମୋଚନ ଉତ୍ସବରେ ସମ୍ମିଳନୀର ମୁଖ୍ୟ ଉପଦେଷ୍ଟା ବିମଳେନ୍ଦୁ ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, ଗୋପୀନାଥ ମହାନ୍ତି, ଚିଦାତ୍ମିକା ଖଟୁଆ, ସୁସ୍ମିତା ଦାସ ଓ ସୌମ୍ୟଶଙ୍କର ରାଜ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱ ଓଡ଼ିଆ ସମ୍ମିଳନୀ େଓ୍ଵବ୍ସାଇଟ୍ ଉନ୍ମୋଚିତ
/sambad/media/post_attachments/wp-content/uploads/2018/08/Biswa-Odia-Samilani-Webside-Unmochana-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)