ଭୁବନେଶ୍ବର : ସାଂସ୍କୃତିକୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ବିଶ୍ବ ଓଡ଼ିଶୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଆମେରିକାର ଅନନ୍ୟା ଅନିଶିକା ମଙ୍ଗଳା ଚରଣ ପରିବେଷଣ କରିଥିଲେ। ପରେ ସମୀର ପାଣିଗ୍ରାହୀ ଓ ସନ୍ତୋଷ ରାମ ଆନନ୍ଦ ଭୈରବ ପଲ୍ଲବୀ ପ୍ରସ୍ତୁତ କରିଥିଲେ। ଶିଳ୍ପୀ ଉର୍ବଶୀ ଦୁଗ୍ଲସ ଓ ସଂଗୀତା ଦାସ ଏକକ ପରିବେଷଣରେ ମନ ମୋହିଥିଲେ। ରାୱା ଏକାଡେମିର ଶିଳ୍ପୀବୃନ୍ଦ ନମାମି କୃଷ୍ଣ ସୁନ୍ଦର..ଗୀତରେ ନୃତ୍ୟାଭିନୟ ଭେଟି ଦେଇଥିଲେ। ସନ୍ଧ୍ୟାରେ ସୁରଭି ଅନୁଷ୍ଠାନର ଶିଳ୍ପୀମାନେ ସୂର୍ଯ୍ୟାଷ୍ଟକମ ପରିବେଷଣ କରିଥିଲେ। ପ୍ରଫେସର ରତ୍ନା ରାଏ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସାଂସ୍କୃତିକୀର ଅଧ୍ୟକ୍ଷ ରାମହରି ଦାସ ଓ ଉତ୍ସବ ନିର୍ଦେଶକ ଶ୍ୟାମହରି ଚକ୍ର ଉପସ୍ଥିତ ଥିଲେ। ଶୁଭମ ଓଝା, ଅରୋସ୍ମିତା ଆଚାର୍ଯ୍ୟ ଓ ଶ୍ରୁତିକା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ବିଶ୍ୱ ଓଡ଼ିଶୀ ଉତ୍ସବ : ନୃତ୍ୟରେ ସୂର୍ଯ୍ୟାଷ୍ଟକ୍ମ
/sambad/media/post_attachments/wp-content/uploads/2019/12/odissi-utsav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)