ପ୍ରତିଭା ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ‘ବିଶ୍ବ ଭୌତିକ ଚିକିତ୍ସା ଦିବସ’

ଭୁବନେଶ୍ବର: ପ୍ରତିଭା ଆୟୁର୍ବିଜ୍ଞାନ ସଂସ୍ଥାନରେ ‘ବିଶ୍ବ ଭୌତିକ ଚିକିତ୍ସା ଦିବସ’ ପାଳିତ ହୋଇଯାଇଛି। ଏଥିରେ ପ୍ରତିଭା ଗ୍ରୁପ୍‌ର ସଦସ୍ୟ ସୁନୀଲ୍‌ ରାଉତ, ସଂସ୍ଥାନର ଅଧ୍ୟକ୍ଷା ଅନୁପ୍ରିୟା ସାହୁ ‘ଓଷ୍ଟେଇଓ ଆର୍ଥରାଇଟ୍‌ସ ଉପ‌ରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗ୍ରୁପ୍‌ର ଶିକ୍ଷା ଅଧିକାରୀ ଆଶିଷ ରଂଜନ ମହାନ୍ତି, ନର୍ସିଂ ଅନୁଷ୍ଠାନର ଅଧ୍ୟକ୍ଷା କାଜଲ୍‌ ରାନି ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ, ସନ୍ଦର୍ଭ ପଠନ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା। ଅଧ୍ୟାପକ ଡା. ରାଜକୁମାର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର