ଚନ୍ଦ୍ରଶେଖରପୁର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‍ସେସ (କିମ୍‍ସ) ହସ୍ପିଟାଲରେ ଖୁବ୍‌ ଶୀଘ୍ର ବର୍ଣ୍ଣ ୟୁନିଟ୍ କାର୍ଯ୍ୟକାରୀ କରାଯିବ। ଏଥିସହ ଗ୍ରହଣ ଖଣ୍ଡିଆର ମାଗଣା ଅସ୍ତ୍ରୋପଚାର କରାଯିବ। ଆଜି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରି ଦିବସ ପାଳନ ଅବସରରେ କିମ୍‍ସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

Advertisment

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି, ଉପାଧ୍ୟକ୍ଷ ଡା. ଶୁଭ୍ରାଂଶୁ ପାତ୍ର, କିମ୍‍ସ ସୁପର ସ୍ପେସିଆଲିଟି ହସ୍ପିଟାଲ୍‍ ଏବଂ କିମ୍‍ସ କ୍ୟାନସର ସେଣ୍ଟରର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର, କିମ୍‍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‍ ହସ୍ପିଟାଲ୍‍ ଅଧୀକ୍ଷକ ଡା. ଆରସି ଦାସ, ଉପ ଅଧୀକ୍ଷକ ଡା. ଅଶ୍ୱିନୀ ଶର୍ମା, ଡା. ହରିବନ୍ଧୁ ମହାନ୍ତି, ପ୍ଲାଷ୍ଟିକ୍ ସର୍ଜରି ବିଭାଗ ମୁଖ୍ୟ ଡା. ସୁନୀଲ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ସର୍ଜରି ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।