ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଭୁବନେଶ୍ୱର: ସ୍ଥାନୀୟ ମହାଲେଖାକାର ଆମ୍ବୁଲାନ୍ସ ଡିଭିଜନ୍‌ ପକ୍ଷରୁ ‘ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ’ ବଡ଼ଗଡ଼ କେନାଲ କଲୋନି ‘ପାଟଳିପ୍ରଭା’ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି। ଡିଭିଜନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପୁରୁଷୋତ୍ତମ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାଥମିକ ଚିକିତ୍ସା ତାଲିମ୍‌ କାର୍ଯ୍ୟକ୍ରମରେ ଡା. ସତ୍ୟଜିତ ସାହୁ, ଡା. ସୁବୀର ବଳ, ଡା. ଆଶିଷ ମୁଦୁଲି, ଡା. ସୁଭିଜ୍ଞା ସାହୁ, ଡା. ସୁଶ୍ରୀ ଶର୍ମିଷ୍ଠା, ଡା. ଅଭୀପ୍ସା ବଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାରେ ଆହତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ଉପରେ ତାଲିମ୍‌ ଦେଇଥିଲେ।

ଭାରତରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ୭୦% ଯୁବପିଢ଼ି ଓ ସେମାନଙ୍କ ମଧ୍ୟରୁ ୯୦ ଭାଗ ନିମ୍ନ ଓ ମଧ୍ୟବିତ୍ତ ପରିବାରର। ଏହା ଦେଶର ପ୍ରଗତିରେ ବାଧକ ହେବା ସହ ପରିବାରର ଆର୍ଥିକ ଦୁରବସ୍ଥା ଆଣିଥାଏ। ଠିକ୍‌ ସମୟରେ ଓ ଠିକ୍‌ ପ୍ରାଥମିକ ଚିକିତ୍ସା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରଦାନ କରାଯାଇପାରିଲେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକାଯାଇପାରିବ ବୋଲି ଅତିଥିମାନେ କହିଥିଲେ। ଏ.ଜି ଆମ୍ବୁଲାନ୍ସ ଡିଭିଜନ୍‌ ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବସ୍ତିବାସିନ୍ଦାଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଡ. ମମତା ପଶାୟତ, ତାଲିମ ପ୍ରଶିକ୍ଷିକା କାଦମ୍ବିନୀ ଦାସ, ଆମ୍ବୁଲାନ୍ସ ଅଧିକାରୀ ଅଶୋକ ପଟ୍ଟନାୟକ, ଅଭିଳାଷ ବଳ, ବୃନ୍ଦାବନ ତରାଇ, ପ୍ରଦୀପ୍ତ ପାତ୍ର ଓ ପ୍ରକାଶ ଗୌଡ଼ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର