ବିଶ୍ବ ଷ୍ଟ୍ରୋକ୍ ଦିବସ: ଷ୍ଟ୍ରୋକ୍‌ଜନିତ ଅକର୍ମଣ୍ୟତା ଆରୋଗ୍ୟସାଧ୍ୟ

ଭୁବନେଶ୍ବର: ଷ୍ଟ୍ରୋକ୍‌ଜନିତ ଅକର୍ମଣ୍ୟତା ୮୦ ଶତକଡ଼ା ଆରୋଗ୍ୟସାଧ୍ୟ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ସେବନ, ରକ୍ତଚାପ, ମେଦବହୁଳତା, ହାଇପରଟେନ୍‌ସନ୍‌ ଆଦି ରୋଗର ନିୟମିତ ଯାଞ୍ଚ ଓ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ ଅନୁସାରେ ନିୟମିତ ବ୍ୟାୟାମ କଲେ ଷ୍ଟ୍ରୋକ୍ ଜନିତ ଅକର୍ମଣ୍ୟତା ଦୂର ହୋଇଥାଏ। ସେହିଭଳି ଧୂମପାନ ଓ ମଦ୍ୟପାନ ବର୍ଜନ ସହିତ ଅତ୍ୟଧିକ ତୈଳ ଓ ମସଲାଯୁକ୍ତ ଖାଦ୍ୟ ପରିହାର ଦ୍ବାରା ଏଭଳି ରୋଗର ନିବାରଣ କରାଯାଇପାରେ। ବିଶ୍ବ ଷ୍ଟ୍ରୋକ୍ ଦିବସ ଅବସରରେ ହୋଟେଲ କ୍ରାଉନ୍‌ରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏହା କହିଛନ୍ତି। ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡ. ପ୍ରଦ୍ୟୁତ୍ ରଂଜନ ଭୂୟାଁ କହିଥିଲେ ଯେ ବ୍ରେନ୍‌ ଷ୍ଟ୍ରୋକ୍ ଚିକିତ୍ସା ପାଇଁ ପ୍ରଥମ ସାଢ଼େ ଚ‌ାରି ଘଣ୍ଟା ହେଉଛି ଗୋ‌ଲ୍‌ଡେନ୍‌ ଆୱାର। ଏହି ସମୟ ମଧ୍ୟରେ ରୋଗୀକୁ ଡାକ୍ତରଙ୍କ ନିକଟରେ ପହଞ୍ଚାଇ ପାରିଲେ, ଉପଯୁକ୍ତ ଚିକିତ୍ସା ଦେବା ସମ୍ଭବ ହୋଇଥାଏ। ଏହି ରୋଗର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାସମ୍ଭବ ଡିପ୍ରେସନ୍‌ରୁ ବାହାରେ ରଖିବାକୁ ସେ ପରାମର୍ଶ ଦେଇଥିଲେ। ପରେ ପରେ ଆମ୍ରି ହସ୍ପିଟାଲର ଫିଜିଓଥେରାପିଷ୍ଟ ଡ. ଶିବାନୀ ଶଙ୍କର ତ୍ରିପାଠୀ କହିଲେ ଯେ ବ୍ରେନ୍‌ ଷ୍ଟ୍ରୋକ୍ ଜନିତ ଅକମର୍ଣ୍ୟତା ଦୂର କରିବା ପାଇଁ ରୋଗୀଙ୍କୁ ନିୟମିତ ଦୀର୍ଘକାଳୀନ ସୂତ୍ରରେ ପୁନର୍ବାସ କେନ୍ଦ୍ରରେ ବ୍ୟାୟାମ କରାଇବା ଜରୁରି।

ସମ୍ବନ୍ଧିତ ଖବର