ଭୁବନେଶ୍ବର : ବିଏମ୍ସିରେ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସରକାରଙ୍କ ଗରିମା ଯୋଜନାରେ ପ୍ରମୁଖ ପରିମଳ କର୍ମଚାରୀ ଭାବେ ପରିଗଣିତ ହେଉଥିବା ୨୬ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି।
ମେୟର୍ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟି ମେୟର ମଞ୍ଜୁଲତା କଅଁର, ବିଏମ୍ସିର ସ୍ୱଚ୍ଛ ବ୍ରାଣ୍ଡ୍ ଆମ୍ବାସଡର୍ ଅଲମ୍ପିଆଡ୍ ଅନୁରାଧା ବିଶ୍ୱାଳ, ସାନିଟେସନ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ଓ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ବିନୟ କୁମାର ଦାଶ ଓ ଅତିରିକ୍ତ କମିସନର୍ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ମାତ୍ର ୨୬ଜଣଙ୍କୁ ପରିଚୟପତ୍ର ବାଣ୍ଟିବାକୁ ବିଏମ୍ସିକୁ ଦୁଇବର୍ଷ ଲାଗିଗଲା।