ଭୁବନେଶ୍ୱର : ଓଡ଼ିଶା ଟୁରିଷ୍ଟ ଗାଇଡ୍ ଆସୋସିଏସନ୍ ଓ ଓଡ଼ିଶା ପର୍ଯ୍ୟଟନର ମିଳିତ ସହଯୋଗରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଧଉଳି ଶିଳାନୁଶାସନ ନିକଟରେ ପର୍ଯ୍ୟଟନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଧଉଳି ପାଦ ଦେଶରେ ଥିବା ଅଶୋକଙ୍କ ଶିଳାଲେଖଠାରୁ ଆରମ୍ଭ ହୋଇ ଶାନ୍ତିସ୍ତପରେ ପହଞ୍ଚିଥିଲା। ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଅଜୟ ରାଉତ ଓ ଧଉଳି ସରପଞ୍ଚ ପଦଯାତ୍ରାର ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଧିବାସୀ ପଦଯାତ୍ରାରେ ସାମିଲ ହୋଇଥିଲେ। ପର୍ଯ୍ୟଟନ ବିଶେଷଜ୍ଞ ଓ ଗାଇଡ୍ମାନେ ଧଉଳିର ଇତିହାସ ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ। ଟୁରିଷ୍ଟ ଗାଇଡ୍ ଆସୋସିଏସନ୍ ସଭାପତି ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଟୁରିଷ୍ଟ ଗାଇଡ୍ ଆସୋସିଏସନ୍ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ
/sambad/media/post_attachments/wp-content/uploads/2017/09/ritendra-world-tourisima-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)