କିସ୍‌’ରେ ବିଶ୍ବ ଆଦିବାସୀ ଦିବସ ପାଳିତ

ଚନ୍ଦ୍ରଶେଖରପୁର: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍)ରେ ଶୁକ୍ରବାର ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ କିଟ୍ ଓ କିସ୍‌ର ସଂପାଦକ ଆର୍.ଏନ୍ ଦାଶ, କିସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ହରେକୃଷ୍ଣ ଶତପଥୀ, ଉପକୁଳପତି ନିହାର ରଂଜନ ପଟ୍ଟନାୟକ, କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଧିକାରୀ ପ୍ରଶାନ୍ତ ରାଉତରାୟ, ସିଓଓ ସୂର୍ଯ୍ୟକାନ୍ତ ମହାନ୍ତି ଓ ନିର୍ଦେଶକ ପିକେ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଶ୍ବ ଆଦିବାସୀ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କିସ୍‌’ର ୨୭ହଜାର ଆଦିବାସୀ ଛାତ୍ରଛାତ୍ରୀ ଏକାଠି ହୋଇ ଏହି ଦିବସକୁ ପାଳନ କରିଥିଲେ।

ସମ୍ବନ୍ଧିତ ଖବର