ଧଳାବାଡ଼ି ଦୃଷ୍ଟିହୀନଙ୍କୁ ସଶକ୍ତ କରିଛି

ଦୃଷ୍ଟିହୀନ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ

ଭୁବନେଶ୍ୱର : ଧଳାବାଡ଼ି ଦୃଷ୍ଟିହୀନମାନଙ୍କର ସ୍ୱାଧୀନତା ଓ ନିରାପଦ ଯାତ୍ରାର ସାଥୀ। ଆତ୍ମନିର୍ଭରଶୀଳତା ବୃଦ୍ଧି କରି ସାଧାରଣ ମଣିଷଙ୍କ ସହ ପାଦ ମିଳାଇ ଚାଲିବାରେ ଏହା ସେମାନଙ୍କୁ ସହାୟତା କରିଛି। ବାସ୍ତବରେ ଧଳାବାଡ଼ି ଦୃଷ୍ଟିହୀନଙ୍କୁ ସଶକ୍ତ କରିଛି। ଦୃଷ୍ଟିହୀନଙ୍କ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ବିଶ୍ୱ ଧଳାବାଡ଼ି ଦିବସ କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଧଳାବାଡ଼ି ଶୋଭାଯାତ୍ରାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁ ସଚିବ ଅମ୍ବିକାପ୍ରସାଦ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଲୁଇବ୍ରେଲ୍‌ ଦୃଷ୍ଟିହୀନ ବିଦ୍ୟାଳୟର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା, ବିଦ୍ୟାଳୟର ଅଧ୍ୟକ୍ଷା ସ୍ୱାଧୀନବାଳା ପଟ୍ଟନାୟକ, ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟାପକ ପ୍ରେମାନନ୍ଦ ମିଶ୍ର, ମୁରଲୀଧର ଦାସ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର