ବିଜୟ ବିହାରରେ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରସ୍ଥିତ ବିଜୟବିହାର ଲେନ୍‌-୨ର ୫୯ ନମ୍ବର ୱାର୍ଡ‌େର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବହୁସଂଖ୍ୟକ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା, ସ୍ବେଚ୍ଛାସେବୀ ତଥା ଗୃହିଣୀମାନେ ଉପସ୍ଥିତ ଥିଲେ।

ବିଜୁ ମହିଳା ଜନତା ଦଳର ଜିଲ୍ଲା ସମିତି ସାଧାରଣ ସମ୍ପାଦିକା ବୈଶାଳିନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପଦ୍ମାବତୀ ନନ୍ଦ, ମଧୁସ୍ମିତା ସାହୁ, ଲକ୍ଷ୍ମୀପ୍ରିୟା ସେଠୀ, ମନୋରମା ବିଶ୍ବାଳ, ମମତା ଦାସ ଓ ମାନସୀ ପରିଡ଼ା ପ୍ରମୁଖ ସହାୟତା କରିଥିଲେ। ସ୍ଥାନୀୟ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର