ଭୁବନେଶ୍ୱର: ଅଲ ଓମେନ୍ସ ଆଡଭୋକେଟ୍ ଫୋରମ୍ ଏବଂ ଅଖିଳ ଭାରତୀୟ ସଂଯୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୋରମ୍ର ଅଧ୍ୟକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍ଘାଟନ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ସଭାପତି ମାନସ ରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ସଂଯୁକ୍ତ ଅଧିବକ୍ତା ମଞ୍ଚର ସଭାପତି ଚନ୍ଦ୍ର କୁମାର ଭାଲେଜା, କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ, ଆଇନଜୀବୀ ପରିଷଦର ପୂର୍ବତନ ସଭ୍ୟ ବିଭୁ ପ୍ରସାଦ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସୁପ୍ରିମକୋର୍ଟର ଆଇନଜୀବୀ ଭଷିଭନାଥ ଅଗ୍ରୱାଲ, ମଧ୍ୟପ୍ରଦେଶ ହାଇକୋର୍ଟର ଆଇନଜୀବୀ ମନୋଜ ସୁନୋପାଲ ଯୋଗ ଦେଇଥିଲେ।
ଏହି ଅବସରରେ ଓମେନ୍ସ ଅଫ୍ ଦି ଇଅର୍ ଭାବେ ହରପ୍ରିୟା କୁମାରୀ, ଆଇନଜୀବୀ ସସ୍ମିତା ନନ୍ଦ, ଡ. ନିରୁପମା ମହାନ୍ତି ସମେତ ୮ଜଣଙ୍କୁ ଅଟଳ ସମ୍ମାନ, ୫ଜଣଙ୍କୁ ଜଗତଜିତା ନାରୀ, ୧୦ଜଣଙ୍କୁ ଲେଡି ୟୁଥ୍ ଆଚିଭର, ୪ଜଣଙ୍କୁ କରୋନା ଯୋଦ୍ଧା, ମହିଳା ଓ ସାମ୍ବାଦିକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଆଇନଜୀବୀ ଲିଙ୍ଗରାଜ ସାହୁଙ୍କୁ ୟୁଥ୍ ଆଚିଭର୍ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ଆଇନଜୀବୀ ମନପ୍ରୀତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ବିଷ୍ଣୁପ୍ରିୟା ପୃଷ୍ଟି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/37-3.jpg)