‘ସ୍ୱାଭିମାନ’ ପକ୍ଷରୁ ବିଶ୍ବ ମହିଳା ଦିବସ: ସମ୍ମାନିତ ହେଲେ ୮ ଦିବ୍ୟାଙ୍ଗ ମହିଳା

ଖଣ୍ଡଗିରି: ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଭିମାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ କ୍ରାଉନ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୮ଜଣ ଦିବ୍ୟାଙ୍ଗ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଥିଲା। ପ୍ରଥମ ଦିବ୍ୟାଙ୍ଗ ମହିଳା ଉଦ୍ୟୋଗୀ ଚୁମ୍‌କି ଦତ୍ତା, ତୃଣମୂଳସ୍ତରରୁ ଶିଶୁ କଲ୍ୟାଣ ସମିତିକୁ ଯାତ୍ରା କରିଥିବା ପ୍ରଥମ ଦିବ୍ୟାଙ୍ଗ ଦୀପ୍ତି ଦାଶ, ଦୃଷ୍ଟିବାଧିତ ସହିତ ଓଡ଼ିଶାର ପ୍ରଥମ ମହିଳା ତବଲା ବାଦିକା ନିବେଦିତା ପ୍ରଧାନ, ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀ ରାଉଳ, ପ୍ରଥମ ଓଡ଼ିଆ ହ୍ୱିଲ୍ ଚେୟାର ଫେନ୍‌ସିଂ ଜାତୀୟ ଚାମ୍ପିଅନ୍ ପୂଜାସ୍ୱିନୀ ନାୟକ, ଭାରତରେ ଲୋ-ଭିଜନ୍ ସହିତ ପ୍ରଥମ ମହିଳା ଆଇନଜୀବୀ ଶାଇସ୍ତା ପରୱିନ୍, ଶ୍ରବଣ ଦୁର୍ବଳତା ସହିତ ପ୍ରଥମ ଓଡ଼ିଆ ନୃତ୍ୟ ଗୁରୁ ସୋନାଲି ମହାପାତ୍ର, ଭାରତରେ ହ୍ୱିଲ୍ ଚେୟାରରେ ପ୍ରଥମ ଓଡ଼ିଆ ଦିବ୍ୟାଙ୍ଗ ଡାକ୍ତର ସୁଶ୍ରୀ ଷଡ଼ଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିଥି ଭାବେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଭିନେତା ସବ୍ୟସାଚୀ ମିଶ୍ର, ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି, କିଟ୍ ଅନ୍ତର୍ଜାତୀୟ ବିଦ୍ୟାଳୟ ଚେୟାରମ୍ୟାନ୍ ମୋନାଲିସା ବଳ, ଫରେଷ୍ଟ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପଦ୍ମା ମହାନ୍ତି, ମଦର୍ସ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ, ଓଡ଼ିଶୀ ସଂଗୀତ କଣ୍ଠଶିଳ୍ପୀ ଡ. ସଙ୍ଗୀତା ଗୋସାଇଁ, ଏଫଏସସଆଇର ମହିଳା ମୁଖ୍ୟ ଗ୍ରାମ ଶିଳ୍ପ ପରିବର୍ତ୍ତନ ଭର୍ଟିକାଲ୍ ସୋନାଲି ମହାନ୍ତି ଓ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜେଶ ରଂଜନ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବର୍ଦ୍ଧିତ ୮ ମହିଳାଙ୍କ ଜୀବନୀ ଏବଂ ସଂଘର୍ଷ ବିଷୟରେ ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର