ଚନ୍ଦ୍ରଶେଖରପୁର: ମହିଳା ଓ ବାଳିକା ସୁରକ୍ଷା ପାଇଁ ପୂର୍ବରୁ ୧୧୨କୁ କଲ୍ କରିବା ବ୍ୟବସ୍ଥା ଥିଲା। କିନ୍ତୁ ଏବେ ମୋବାଇଲ୍ର ପାୱାର ବଟନ୍ରୁ ଏହି ନମ୍ବର ସକ୍ରିୟ ହୋଇପାରିବ। କୌଣସି କାରଣରୁ ବିପଦରେ ପଡ଼ିଥିବା ମହିଳା ବା ବାଳିକା ୧୧୨କୁ କଲ୍ କରିବା ସମ୍ଭବ ନହେଲେ, ସେ ମୋବାଇଲ୍ ଫୋନ୍ ସେଟ୍ର ପାୱାର ବଟନକୁ ଲଗାତାର ୩ ଥର ଦବାଇବେ। ଏହା ଦ୍ବାରା ଆପେଆପେ ୧୧୨କୁ କଲ୍ ହୋଇଯିବ ଓ ଏଥିରୁ ପୁଲିସ କଣ୍ଟ୍ରୋଲ ରୁମ୍ କଲ୍ କରିଥିବା ବ୍ୟକ୍ତିଙ୍କ ଲୋକେସନ ଠାବ କରିପାରିବ।
ଉଡାନ୍ ଟ୍ରଷ୍ଟ ପକ୍ଷରୁ ଆଜି କିଟ୍ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ମହିଳା ଓ ଶିଶୁ ଅପରାଧ ଶାଖା ଅଧିକାରୀ ରେଖା ଲୋହାନୀ ଏହି ସେବାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଅବସରପ୍ରାପ୍ତ ମହିଳା ଆଇପିଏସ୍ ଡ. ଅନୁ ବଂଶଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇପିଏସ୍ ଶ୍ରୀମତୀ ଲୋହାନୀ, ମହିଳା ଓ ଶିଶୁ ବିକାଶ ନିର୍ଦେଶକ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ତଥା ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଅଧ୍ୟୟନ ପ୍ରତିଷ୍ଠାନ ନିର୍ଦେଶକ ପ୍ରଫେସର ଆଶା ହଂସ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳାମାନଙ୍କ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବକ୍ତବ୍ୟ ରଖିଥିଲେ। ରାଜ୍ୟ ପରିବହନ କମିସନର ଆଇପିଏସ୍ ଅରୁଣ କୁମାର ବୋଥ୍ରା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ।
ଟ୍ରଷ୍ଟ ପକ୍ଷରୁ ସୁଧୀର ଦାସ, ଆଇନଜୀବୀ ଲଳିତ ମିଶ୍ର, ପ୍ରକାଶ ନଙ୍ଗାଲିଆ, ଡ. ନିରଞ୍ଜନ ସାହୁ, ସ୍ବେଚ୍ଛାସେବୀ ରୀତା ମିଶ୍ର, ଦୀପା ନଙ୍ଗାଲିଆ ଓ ମଧୁସ୍ମିତା ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୀତା ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଇନ୍ଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/30-5.jpg)