ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟରେ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଯୁବପିଢ଼ିଙ୍କ ନିଯୁକ୍ତି ଓ ଆତ୍ମନିଯୁକ୍ତି ବଢ଼ିବାରେ ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ସ୍ୱାବଲମ୍ବୀ କରିବା, ଦେଶର ଉନ୍ନତି କରିବା ଓ ସେମାନଙ୍କୁ କର୍ମ କ୍ଷେତ୍ରରେ ଆଗେଇନେବା ଦକ୍ଷତା ବିକାଶର ଉଦ୍ଦେଶ୍ୟ। ଏହି ଅବସରରେ ଉତ୍କଳ ଏଣ୍ଟରପ୍ରିନିୟର୍‌ ଆଣ୍ଡ୍‌ କ୍ୟାରିୟର୍‌ ହବ୍‌ (ୟୁଇସିଏଚ୍‌) ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Advertisment

ନାଲକୋର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ଅଶୋକ ସାହୁ, ପିଜି କାଉନସିଲ୍‌ର ଅଧ୍ୟକ୍ଷା ପ୍ରଫେସର୍‌ ନବନିତା ରଥ, ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ ସଂଯୋଜକ ପ୍ରଫେସର୍‌ ସୁଶାନ୍ତ କୁମାର ବଡ଼ମାଳି ଓ ୟୁଇସିଏଚ୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ଅବିଦ ଅଲି ଖାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରୋଗ୍ରାମ୍‌ ମ୍ୟାନେଜର୍‌ ଅନନ୍ୟା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।