ଭୁବନେଶ୍ବର: ଅଟଳ ଇନୋଭେସନ୍ ମିସନ୍, ନୀତି ଆୟୋଗ ସହଯୋଗରେ ସିଏସଆଇଆର-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୭ଟି ବିଦ୍ୟାଳୟରୁ ୪୩ଜଣ ଛାତ୍ରଛାତ୍ରୀ ଏବଂ ୯ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବୈଜ୍ଞାନିକମାନଙ୍କ ଦ୍ୱାରା ବିଦ୍ୟାଳୟ ପିଲା ଏବଂ ଶିକ୍ଷକମାନଙ୍କୁ ଅଗ୍ରୀମ ଗବେଷଣା ସେଟଅପ୍ ଏବଂ ଗବେଷଣା ଉପକରଣ ପ୍ରଦର୍ଶନ କରାଯାଇଥିଲା। ପରେ ସେମାନେ ‘ଜିଜ୍ଞାସା’ ଔଷଧୀୟ ଏବଂ ସୁଗନ୍ଧିତ ବଗିଚା ମଧ୍ୟ ପରିଦର୍ଶନ କରିଥିଲେ।
ଏହାସହ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଦୁଇ ଘଣ୍ଟା ପାଇଁ ଇଲେକ୍ଟ୍ରୋନିକ୍ ସର୍କିଟ୍ ବ୍ୟବହାର କରି ମଡେଲ୍ ଏବଂ ପ୍ରୋଟୋଟାଇପ୍ ତିଆରି ଉପରେ ଦକ୍ଷତା ତାଲିମ ଦିଆଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଏସ୍ ବସୁ କହିଥିଲେ ଯେ ଆମ ଯୁବପିଢ଼ିକୁ ଅଧିକ ଦକ୍ଷ କରିବା ପାଇଁ, ଆଇଏମଏମଟିରେ ଜିଜ୍ଞାସା ଦଳ ଏହି ବିଶ୍ୱ ଯୁବ ଦକ୍ଷତା ଦିବସ ଆୟୋଜନ କରିଥିଲେ। ଜିଜ୍ଞାସା ହେଉଛି ଅନୁଷ୍ଠାନର ଏକ ବୈଜ୍ଞାନିକ ଏବଂ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ବୋଲି ଜିଜ୍ଞାସା ପ୍ରକଳ୍ପର ମୁଖ୍ୟ ଦେବୀ ପ୍ରସାଦ ଦାସ କହିଥିଲେ। କାର୍ଯ୍ୟକ୍ରମର ସଂଯୋଜକ, ବୈଜ୍ଞାନିକ ସନ୍ତୋଷ କୁମାର ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆଇଆରସି ଭିଲେଜ୍ ସରକାରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ନଂ-୪, ସୈନିକ ସ୍କୁଲ, ପିପିଲି ଜବାହର ବିଦ୍ୟାପୀଠ, କ୍ୟାପିଟାଲ ହାଇସ୍କୁଲ, ଢେଙ୍କାନାଳ ବିବି ହାଇସ୍କୁଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/55-2.jpg)