ବାରଙ୍ଗ: କୋଭିଡ୍ କଟକଣା ମଧ୍ୟରେ ଆଜିଠାରୁ ବାରଙ୍ଗରେ ପ୍ରସିଦ୍ଧ କାର୍ତ୍ତିକେଶ୍ବର ପୂଜା ଆରମ୍ଭ ହୋଇଯାଇଛି। କଟକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ପୂର୍ବବର୍ଷ ଭଳି ଚଳିତ ବର୍ଷ ବାରଙ୍ଗ ଓ ଭୁବନେଶ୍ବର ଉପକଣ୍ଠ ୧୧୨ ମଣ୍ଡପରେ କେବଳ ବିଧି ଅନୁଯାୟୀ କାର୍ତ୍ତିକେଶ୍ବରଙ୍କ ପୂଜାର୍ଚ୍ଚନା କରାଯିବ। ଏଥର ମୂର୍ତ୍ତିର ଉଚ୍ଚତା ବି ୪ ଫୁଟ୍ ମଧ୍ୟରେ ସୀମିତ ରଖାଯାଇଛି। ସେହିପରି ମଣ୍ଡପକୁ ଭକ୍ତଙ୍କୁ ବାରଣ କରାଯାଇଛି।
ଦାଢ଼ାପାଟଣାର ଉପର ଶୁଣ୍ଡି ସାହି, ବଣିକ ସଂଘ, ଦରଜୀ ସାହି, ବଣିକ ସଂଘ, କୈବର୍ତ୍ତ ସାହି, କମାର ସାହି, ଭାଗବତଗାଦି, ମୋଚି ସାହି, ବାସୁଦେବ, ସାମଲ ସାହି, ବାଙ୍କୀ ସାହି, ଉପର ତେଲି ସାହି, ମହାବୀର, ମଙ୍ଗଳା ଛକ, ସିନେମା ହଲ ଛକ, ଭୋଇ ସାହି, କେନ୍ଦୁପାଟଣା ଛକ, ଷ୍ଟେସନ୍ ବଜାର, ଗେଟ୍ ବଜାର, ବଙ୍ଗାଳୀ ସାହି, ସୀତାରାମ ବଜାର, ଆନନ୍ଦ ବଜାର, ଗଦେଇକୁଦ, ଫୁଲପୋଖରୀ, ଉପର କୁମ୍ଭାର ସାହି, ମହାଦେବ, ଗାନ୍ଧୀ ବଜାର, ପ୍ରେମ ବଜାର, ଭାଗବତ ଗାଦି, ତଳ କୁମ୍ଭାର ସାହି, ପୁରୁଣା ବାରଙ୍ଗ, କଣ୍ଟାପାଟଣା, ଶ୍ରୀବନ୍ତପୁର, ପଞ୍ଚୁପାଳ, ମଧୁପୁର, ମଧୁବନ, ମୁଣ୍ଡମୁହାଣ, ଫକିରପଡ଼ା, କୁହ୍ନେଇପଡ଼ା, କୃଷ୍ଣଚନ୍ଦ୍ରପୁର, ନରଣପୁର, ବେଲଗଛିଆ, ଜୟପୁର, ବ୍ରାହ୍ମଣୀଗାଁ, ଗୋଡ଼ିସାହି, ନରାଜ, ମାର୍ଥାପୁର, ମୁଣ୍ଡଳୀରେ ଆଜିଠାରୁ କାର୍ତ୍ତିକେଶ୍ବରଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/gdg654g56gdgadgadgdadaggd.jpg)