ଭୁବନେଶ୍ବର: ପ୍ରତିବର୍ଷ ଦଶହରା ଅବସରରେ ନୂଆପଲ୍ଲୀ ନୂଆସାହି ଶ୍ରୀ ଶ୍ରୀ ମହାବୀର ପୂଜା କମିଟି ପକ୍ଷରୁ ସଙ୍କଟମୋଚନ ମହାବୀର ହନୁମାନଙ୍କ ଆରାଧନା କରାଯାଇଥାଏ। ସପ୍ତମୀରେ ଆରମ୍ଭ ହେଉଥିବା ଏହି ମହାବୀର ପୂଜାରେ ଉଭୟ ମଣିଷ ଓ ମାଙ୍କଡ଼ ଉପସ୍ଥିତ ରୁହନ୍ତି। ପ୍ରତିବର୍ଷ ଏହି ସମୟରେ ଅନେକଗୁଡ଼ିଏ ମାଙ୍କଡ଼ ଆସି ମନ୍ଦିର ପାଚେରିରେ ବସୁଥିବାରୁ ଏହାକୁ ଭଗବାନଙ୍କ ମାହାତ୍ମ୍ୟ ଭାବେ ଅଞ୍ଚଳବାସୀ ବିଶ୍ବାସ କରନ୍ତି। ଦଳ ଦଳ ମାଙ୍କଡ଼ ପୂଜା ସମୟରେ ଏଠାକୁ ଆସିବା ସହ ପୂଜାରୁ ଭୋଗ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ଓ ଭୋଗ ଖାଇସାରି ଫେରନ୍ତି। ଚଳିତ ବର୍ଷ ୧୩ ବର୍ଷରେ ପହଞ୍ଚିଥିବା କମିଟିର ଏହି ପୂଜାରେ ଏଥର ବି ମାଙ୍କଡ଼ମାନେ ଆସିବେ ବୋଲି କମିଟି ସଦସ୍ୟ ଆଶା ରଖିଛନ୍ତି। ଅନ୍ୟପଟେ ଏଥର ପୂଜାର ମୁଖ୍ୟ ଆକର୍ଷଣ ରହିବ ପୂଜା ମଣ୍ଡପର ଆଲୋକସଜ୍ଜା ଓ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ବିଭିନ୍ନ ଦେବଦେବୀ ବେଶ।
ଶ୍ରୀଶ୍ରୀ ମହାବୀର ପୂଜା କମିଟି
ଚଳିତ ବର୍ଷ ମହାବୀର ପୂଜାର ମୁଖ୍ୟ ଆକର୍ଷଣ ରହିବ ଆଲୋକସଜ୍ଜା। ଏଚ୍ଡିଏଫ୍ସି ବ୍ୟାଙ୍କ୍ଠାରୁ ନୂଆସାହି ଆଖଣ୍ଡଳମଣୀ ମନ୍ଦିରର ଦୁଇ ପାର୍ଶ୍ବରେ ଦୁଇଟି ବଡ଼ ଲାଇଟ୍ଗେଟ୍ ସହ ବୋର୍ଡ ଲାଇଟ୍ ଲାଗିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାସହ ମହାବୀର ହନୁମାନଙ୍କର ମୂର୍ତ୍ତର ଉଚ୍ଚତା ୧୨ ଫୁଟ ରହିବ। ବଙ୍ଗୀୟ କାରିଗରମାନେ ଆସି ମୂର୍ତ୍ତି ତିଆରିରେ ମଗ୍ନ ଅଛନ୍ତି। ସପ୍ତମୀ ଦିନ ମା’ ବିମଳା ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ପୂଜା ଆରମ୍ଭ ହେବ। ସପ୍ତମୀ, ଅଷ୍ଟମୀ ଓ ନବମୀରେ ଖେଚୁଡ଼ି ଭୋଗ କରାଯିବ। ଦଶମୀ ଦିନ ୫ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି।
ପୂଜା ଅବସରରେ ପ୍ରତିଦିନ ଶାସ୍ତ୍ରୀନଗର ଶାଖାର ପ୍ରଜାପିତା ବ୍ରହ୍ମକୁମାରୀ ସଦସ୍ୟାମାନେ ବିଭିନ୍ନ ଦେବଦେବୀଙ୍କ ବେଶ ହୋଇ ମଣ୍ଡପରେ ବିରାଜମାନ ହେବେ। ସପ୍ତମୀ, ଅଷ୍ଟମୀ ଓ ନବମୀ ଅବସରରେ ସେମାନେ ପୂଜା ପେଣ୍ଡାଲରେ ଠିଆ ହେବେ, ଯାହାକି ବେଶ୍ ଜୀବନ୍ତ ଲାଗିବ। ଏଥିସହ ସପ୍ତମୀ ଦିନ ମେଲୋଡି, ଅଷ୍ଟମୀ ଦିନ ଅଞ୍ଚଳର ଛୋଟ ଛୋଟ ପିଲାଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ନବମୀରେ ଭଜନ ସମାରୋହ ସହ ଦଶମୀରେ ସମ୍ବଲପୁରୀ ନୃତ୍ୟ ସହ ବାଦ୍ୟ ପରିବେଷିତ ହେବ।
୨୨ ପୂଜା କମିଟିକୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2022/09/57-6.jpg)
ଚଳିତ ବର୍ଷ ପୂଜା ପାଇଁ ୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଶାସ୍ତ୍ରୀ ନଗର ଶାଖା ତରଫରୁ ବିଶେଷ କାର୍ଯ୍ୟକ୍ରମ ସହ ଲାଫିଂ କ୍ଲବର ସଦସ୍ୟ ସଦସ୍ୟାମାନଙ୍କ ଦ୍ବାରା ବ୍ୟାୟାମ ମାଧ୍ୟମରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ୨୨ ଗୋଟି ପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ତ୍ତାଙ୍କୁ କମିଟି ତରଫରୁ ଡିଏଭି ସ୍କୁଲ ଛକ ନିକଟରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।
ମିଲନ କୁମାର ପାଇକରାୟ, କାର୍ଯ୍ୟକାରୀ ସଭାପତି
ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2022/09/53-9.jpg)
ପୂଜା ଚାରି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ନବମୀ ଦିନ ଖେଚୁଡ଼ି ଭୋଗ ସହ ଦଶମୀ ଦିନ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ରହିଛି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି। ମଣ୍ଡପ ଚାରି ପାଖରେ ୪ଟି ସିସିଟିଭି ସହ କମିଟିର ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହିବେ।
ଶୈଳେନ୍ଦ୍ର ପ୍ରସାଦ ରାୟ, ସାଧାରଣ ସମ୍ପାଦକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/56-6.jpg)