ଗୁରୁଙ୍କୁ ପୂଜିଲେ, ଆଶୀର୍ବାଦ ନେଲେ

ଭୁବନେଶ୍ବର: ସୋମବାର ଥିଲା ପବିତ୍ର ଗୁରୁଦିବସ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ସେମାନଙ୍କ ଗୁରୁଙ୍କୁ ପୂଜା କରିଛନ୍ତି। ଏହି ଅବସରରେ ବିିିଭିନ୍ନ ସ୍କୁଲରେ ଗୁରୁଙ୍କ କିଭଳି ଛାତ୍ରଛାତ୍ରୀ ଭକ୍ତିପୂତ ଭାବେ ପୂଜା କରିଛନ୍ତି ଓ କିଭଳି ଥିଲା ମାହୋଲ ତାକୁ ନେଇ ଉପସ୍ଥାପନା।

ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା

ଚନ୍ଦ୍ରଶେଖରପୁର: ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଆଜି ପବିତ୍ର ଗୁରୁ ଦିବସ ଅବସରରେ ‘ଗୁରୁ ବନ୍ଦନା ଓ ଛାତ୍ର ଅଭିନନ୍ଦନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଶାନ୍ତିବିହାରସ୍ଥିତ ପଠାଣି ସାମନ୍ତ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାଖାର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ ପୌରୋହିତ୍ୟ କରିଥିଲେ। କର୍ପୋରେଟର ମିହିର କୁମାର ରାଉତ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

ଶାଖା ପୃଷ୍ଠପୋଷକ ପ୍ରଫେସର ଧନୂଷଧାରୀ ମିଶ୍ର, ବୈଜ୍ଞାନିକ ବିଶେଶ୍ଵର ଦାସ, ବିଦ୍ୟାଳୟର ଅଧ୍ୟକ୍ଷ ଇଂ. ବିଧାନ ଚନ୍ଦ୍ର ପଟ୍ଟନାୟକ, ନମିତା ଦାଶ, ଗୋପାଳ ଚନ୍ଦ୍ର ଦାସ, ବିଦ୍ୟାଳୟର ଅଧ୍ୟକ୍ଷା ନିନାଦିନୀ ମହାନ୍ତି, ସଂପାଦକ ଶୁକଦେବ ସାମଲ‌‌‌ ଓ ଶାଖାର ବରିଷ୍ଠ ସଦସ୍ୟା ବିନୋଦିନୀ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା ଗାଇଥିଲେ ଓ ଉପସ୍ଥିତ ଗୁରୁଜୀମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଡ. ମନୋରଞ୍ଜନ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

ଯୋଗ ସାଧନା କେନ୍ଦ୍ର

ଭୁବନେଶ୍ବର: ପାତ୍ରପଡ଼ାସ୍ଥିତ ଯୋଗ ସାଧନା କେନ୍ଦ୍ରରେ ଗୁରୁ ଦିବସ ପାଳିତ ହୋଇଛି। ଏଥିରେ କେନ୍ଦ୍ରର ଶରତ ପଣ୍ଡା, ହେମନ୍ତ ଖୁଣ୍ଟିଆ, ପ୍ରଭାତ ମାର୍ଥା, ପ୍ରଭାକର ପଣ୍ଡା, ତରୁଣବାଳା ମହାପାତ୍ର, ଦୀପଙ୍କର ସାହୁ, ବିକର୍ତ୍ତନ ତ୍ରିପାଠୀ ପ୍ରମୁଖ ‌ଯୋଗଦେଇ ଗୁରୁ ଦିବସ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଶିକ୍ଷକ ଉଦୟନାଥ ସାହୁ ଏବଂ ପ୍ରତାପ ମହାପାତ୍ରଙ୍କୁ ସମ୍ବର୍ଧିତ କରାଯାଇ ଥିଲା। ଶେଷରେ ଟଙ୍କଧର ବେହେରା ଧନ୍ୟବାଦ ଦେଇଥିଲେ। ପପୁନି ପାଇକରାୟ, ମହେନ୍ଦ୍ର ରଣସିଂ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

ଓଡିଏମ୍‌ ପବ୍ଲିକ୍ ସ୍କୁଲ‌

ଚନ୍ଦ୍ରଶେଖରପୁର: ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍ ସ୍କୁଲ‌ରେ ଗୁରୁଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଆଇଆଇଏମ୍‌ଟି ଭୁବନେଶ୍ୱରର ଚେୟାରମ୍ୟାନ୍‌ ତଥା ସୋଆ ୟୁନିଭର୍ସିଟିର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍କୁଲ ଅଧ୍ୟକ୍ଷ ମୀନକେତନ, ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ୱୟନ୍ ସତ୍ୟେନ୍ଦୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁପୂଜା ଓ ଗୁରୁବନ୍ଦନା କରିଥିଲେ। ପ୍ରାଚୀନ ଗୁରୁକୁଳ ରୀତିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମୂଲ୍ୟବୋଧଭିତ୍ତିକ ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ମୀନକେତନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକମାନଙ୍କ ଗୁରୁଦାୟିତ୍ୱ ଏବଂ କର୍ତ୍ତବ୍ୟବୋଧକୁ ପ୍ରଶଂସା କରିଥିଲେ। ଗୁରୁଶିଷ୍ୟ ପରମ୍ପରାରେ ଆଜିର ଏହି ଦିବସର ମହତ୍ତ୍ୱ ରହିଛି। ସବୁ ଦିନ ପାଇଁ ସମାଜକୁ ଦିଗ୍‌ଦର୍ଶନ ପ୍ରଦାନ କରୁଥିବ ବୋଲି ଉଦ୍‌ବୋଧନ ଦେଇଥିଲେ। ଏହି ଉପଲକ୍ଷେ ‘ଗୁରୁଣାଂ ଗୁରୁ’ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଜେଇଏମ୍ ସ୍କୁଲ

ଭୁବନେଶ୍ବର: ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ ତଥା ଗୁରୁ ଦିବସ ବିଜେଇଏମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ଗୁରୁଜନମାନଙ୍କୁ ପୂଜା କରିବା ସହିତ ରାଧାକ୍ରିଷ୍ଣନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କା‌ର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର, ବିଦ୍ୟାଳୟର ଅଧକ୍ଷା ସନ୍ଧ୍ୟା ଜେନା, ପରିଚାଳନା କମିଟି ସମ୍ପାଦକ ପ୍ରତ‌ାପ ଜେନା, ଉପାଧ୍ୟକ୍ଷ ପଲ୍ଲବୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛ‌ାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୁରୁଶିଷ୍ୟ ସଂପର୍କ ବାବଦରେ କହିଥିଲେ। ଏଥିସହିତ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

ସମ୍ବନ୍ଧିତ ଖବର