ଭୁବନେଶ୍ବର : କନିକା ପ୍ରଜା ଆନ୍ଦୋଳନର ପ୍ରମୁଖ ନେତା ବିପ୍ଳବୀ ଚକ୍ରଧର ବେହେରାଙ୍କ ୪୮ତମ ଶ୍ରାଦ୍ଧଦିବସରେ ରାଜଭବନ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମ୍ୟାଲାର୍ପଣ କରାଯାଇଛି। ବିଶିଷ୍ଟ ସ୍ତମ୍ଭକାର ଗୌରହରି ଦାସଙ୍କ ପୌରୋହିତ୍ୟ ଏବଂ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗ ଦେଇଥିଲେ। କନିକାର ଗାନ୍ଧୀ ଭାବେ ପ୍ରଜାମାନଙ୍କ ପାଇଁ ସ୍ବର ଉଠାଇ ସେ କିଭଳି ରାଜାଙ୍କ ଆକ୍ରୋଶର ଶିକାର ହୋଇଥିଲେ, ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଡାଲ୍ଖାଇ ଓଡ଼ିଶା ସଂକୀର୍ତନ ମହାମଣ୍ଡଳୀର ମହନ୍ତ ସ୍ବର୍ଗତ ପ୍ରଦୀପ କୁମାର ଜେନାଙ୍କ ପୁତ୍ର ପ୍ରିୟରଂଜନ ଜେନାଙ୍କ ଚକ୍ରଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲ। ଚକ୍ରଧର ବେହେରା ସ୍ମୃତି ସଂସଦ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଉତ୍କଳ ଯାଦବ ସାଂସ୍କୃତିକ ଶାଖା ପକ୍ଷରୁ ଆୟୋଜିତ ଏହି ଦିବସରେ ପ୍ରଶାନ୍ତ ବେହେରା, ସୀତାବଲ୍ଲଭ ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ବିଭୂତି ଭୂଷଣ ବେହେରା, ନରହରି ସେଠୀ, ଜ୍ୟୋତ୍ସ୍ନା ରାଉତରାୟ, ନାରାୟଣ ଓଝା, ଲକ୍ଷ୍ମୀଧର ବେହେରା, ସଂଯୁକ୍ତା ଭୂତିଆ, ପୂର୍ଣ୍ଣିମା ବେହେରା, ଅସିତ୍ ଦାସ, ସୁରେଶ କୁମାରଙ୍କ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
/sambad/media/post_attachments/wp-content/uploads/2021/01/chakradhar-behera-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)