ଭୁବନେଶ୍ବର: ସାଉଥ୍ କୋଷ୍ଟ୍ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା, ୱାଲ୍ଟିୟର ଡିଭିଜନ୍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର ଷଡ଼ଯନ୍ତ୍ରକୁ ବିଜୁ ଯୁବ-ଛାତ୍ର ଜନତା ଦଳ ତୀବ୍ର ବିରୋଧ କରିଛି। ତେଣୁ ଆଜି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦଳ ଏହାକୁ ତୀବ୍ର ବିରୋଧ କରିଛି। ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜୁ ଯୁବ-ଛାତ୍ର ପାର୍ଟି କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜୟଦେବ ବିହାର ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଟାୟାର ଜାଳି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଯାତାୟାତ ବ୍ୟାହତ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବିଧାୟକ ସଞ୍ଜୟ ଦାସବର୍ମା, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ଅମରେଶ ପତ୍ରୀ ଏବଂ ରାଣାପ୍ରତାପ ପାତ୍ରଙ୍କ ସମେତ ବହୁ ପୂର୍ବତନ କର୍ପୋରେଟର୍ ଓ କର୍ମୀଙ୍କୁ ଗିରଫ କରିଥିଲା।
ପୂର୍ବତନ ମେୟର, ବିଧାୟକ ସଂଜୟ ଦାସବର୍ମାଙ୍କ ସମେତ ବହୁ କର୍ମୀ ଗିରଫ
କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ବିଜୁ ଯୁବ-ଛାତ୍ର ଜନତା ଦଳର ବିରୋଧ
/sambad/media/post_attachments/wp-content/uploads/2019/03/Untitled-25-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)