ଯମ ଓ ଚିତ୍ରଗୁପ୍ତ ବାଣ୍ଟିଲେ ସଡ଼କ ସଚେତନତା ବାର୍ତ୍ତା

ବାଲିପାଟଣା: ସରକାରଙ୍କ ତରଫରୁ ପାଳନ କରାଯାଉଥିବା ୩୨ତମ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଜି ବାଲିପାଟଣାରେ ଯମ ଓ ଚିତ୍ରଗୁପ୍ତ ବୁଲିଥିଲେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭୁବନେଶ୍ବର-୨ ପକ୍ଷରୁ ଅନୁଷ୍ଠିତ ଏହି ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମରେ କଳାକାରମାନେ ନାଚଗୀତ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ୍ ନିମୟ ବୁଝାଇଥିଲେ। ଯମ ଓ ଚିତ୍ରଗୁପ୍ତଙ୍କୁ ରାସ୍ତାରେ ଦେଖି ଲୋକେ ମଧ୍ୟ ବିପୁଳ ସଂଖ୍ୟାରେ ଜମା ହେଉଥିଲେ ଓ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଶୁଣିଥିଲେ। ବାଲିପାଟଣା ଓ ଅଠାନ୍ତର ବଜାରରେ ପଥପ୍ରାନ୍ତ ନାଟକ ବେଶ୍ ଉପଭୋଗ୍ୟ ହୋଇଥିଲା। ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ହେଲମେଟ୍‌ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ଫୋନ୍‌ ବ୍ୟବହାର କରିବା ନାହିଁ ଏବଂ କାର୍‌ରେ ସିଟ୍‌ ବେଲ୍ଟ ବାନ୍ଧିବା ଆଦି ବିଷୟରେ ରଚିତ ଗୀତ ଓ ସମ୍ବଲପୁରୀ ନୃତ୍ୟ ଲୋକଙ୍କୁ ଆକୃଷ୍ଟ କରିଥିଲା।

ସମ୍ବନ୍ଧିତ ଖବର