‘ମୋ ବସ୍‌’ରେ ସଚେତନ କଲେ ଯମରାଜ ଓ ଚିତ୍ରଗୁପ୍ତ

ଭୁବନେଶ୍ବର : କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ପକ୍ଷରୁ ଶନିବାର ନିଆରା ଢଙ୍ଗରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ କରାଯାଇଛି। ବସ୍‌ର କ୍ରିଉ ସଦସ୍ୟମାନେ ଯମରାଜ ଓ ଚନ୍ଦ୍ରଗୁପ୍ତ ବେଶରେ ‘ମୋ ବସ୍‌’ରେ ଯାତ୍ରା କରିବା ସହ ବସ୍‌ର କ୍ୟାପଟେନ୍ ଓ କର୍ମଚାରୀଙ୍କୁ ସଚେତନ କରିଥିଲେ। ଗାଡ଼ି ଚଳାଇବା ବେଳେ ସିଟ୍‌ବେଲ୍‌ଟ ପିନ୍ଧିବା, ଧାର୍ଯ୍ୟ ବସ୍‌ଷ୍ଟପ୍‌ ନିକଟରେ ବସ୍‌ ରଖିବା, ଲେନ୍‌ ଡ୍ରାଇଭିଂ କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଯାତ୍ରୀଙ୍କୁ ଭଲ ବ୍ୟବହାର କରିବାକୁ କହିଥିଲେ। ଏହାସହ ଯାତ୍ରୀଙ୍କୁ କହିଥିଲେ ଯେ ଯଦି ସେମାନେ ମୋ ବସ୍‌ରେ ଖରାପ ବ୍ୟବହାରର ଶିକାର ହେଉଛନ୍ତି କିମ୍ବା କୌଣସି ସମସ୍ୟା ହେଉଛି ତେବେ ଅଭିଯୋଗ କରନ୍ତୁ। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ, ଏବେ ୨୫ଟି ରୁଟ୍‌ରେ ୧୬୯ଟି ବସ୍‌ ଚଳାଚଳ କରୁଥିବାବେଳେ ଦୈନିକ ୮୫ହଜାର ଲୋକ ଯାତାୟାତ କରୁଛନ୍ତି। ଖୁବ୍‌ ଶୀଘ୍ର ୧ଲକ୍ଷ ଲୋକ ଯାତ୍ରା କରିବେ।

ସମ୍ବନ୍ଧିତ ଖବର