ଯଶୁଆପୁର ମହୋତ୍ସବ-୨୦୨୩ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା

ଭୁବନେଶ୍ୱର: ବାଲିଅନ୍ତା ବ୍ଲକ ଯଶୁଆପୁର ଗ୍ରାମର ସାମାଜିକ ଅନୁଷ୍ଠାନ ଯଶୁଆପୁର ବିକାଶ ପରିଷଦ ଓ ଓଡ଼ିଶା ଡାକ ବିଭାଗର ମିଳିତ ଆନୁକୂଲ୍ୟରେ ଯଶୁଆପୁର ମହୋତ୍ସବ-୨୦୨୩ ଉପଲକ୍ଷେ ଭୁବନେଶ୍ୱର ମୁଖ୍ୟ ଡାକଘରରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି। ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ସମାଜସେବୀ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ଡାକ ଲଫାପାକୁ ଉନ୍ମୋଚିତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ଡାକ ବିଭାଗର ମୁଖ୍ୟ ପୋଷ୍ଟମାଷ୍ଟର ମନୋଜ କୁମାର ପଟ୍ଟନାୟକ, ବିଜୁ ଜନତା ଦଳର ମୁଖପାତ୍ର ତଥା ବସୁଧାର ଉପଦେଷ୍ଟା ଅପୂର୍ବା ଅପରୂପା, ଶିକ୍ଷାବିତ୍‌ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢ଼ୀ, ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଦସ୍ୟ ତାପସ ରଞ୍ଜନ ମଲ୍ଲିକ, ବିଶ୍ୱଜିତ ସାମନ୍ତରାୟ, ଦୀପକ କୁମାର ସ୍ୱାଇଁ, ଲକ୍ଷ୍ମଣ ଜେନା, ଅଭିମନ୍ୟୁ ଭୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଡାକ ଲଫାପାକୁ ଅଜିତ କୁମାର ରାଉତ ଅଳଙ୍କରଣ କରିଥିଲେ।

ସମ୍ବନ୍ଧିତ ଖବର