ୟୁବିଏସ୍ଏସ୍ ତରଫରୁ ପଲିଥିନ୍ ବଣ୍ଟନ

ଭୁବନେଶ୍ୱର : ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ବିପନ୍ନଙ୍କୁ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ଆଜି ସୁଦ୍ଧା ୧୧,୮୫୧ ଜଣଙ୍କୁ ପଲିଥିନ୍ ଓ ତାର୍ପୋଲିନ ଯୋଗାଇ ଦିଆଯାଇଛି।

ସମିତି ତରଫରୁ ପୁରୀରେ ୪,୨୦୦, ନିମାପଡ଼ାରେ ୧୦୫୦, ଦାଣ୍ଡମୁକୁନ୍ଦପୁରରେ ୪୨୭୦, ଜଟଣୀରେ ୭୦, ଭୁବନେଶ୍ୱରରେ ୮୬୧, କଟକରେ ୧,୪୦୦ ପଲିଥିନ୍ ଓ ତାର୍ପୋଲିନ ବିତରଣ କରାଯାଇଛି। ସେହିପରି ସମିତି ତରଫରୁ ବର୍ତମାନ ସୁଦ୍ଧା ୧୭୫୦ ପ୍ୟାକେଟ ଶୁଖିଲା ଖାଦ୍ୟ, ୧୦ କୁଇଣ୍ଟାଲ୍‌ ଚୁଡ଼ା, ୧ କୁଇଣ୍ଟାଲ୍‌ ଗୁଡ, ୯୨ କାଟୁନ ମହମବତି,୨୦୦୦ ପ୍ୟାକେଟ୍ ଦିଆସିଲି, ଲକ୍ଷାଧିକ ବୋତଲ ପାଣି ଯୋଗାଇ ଦିଆଯାଇଛି ବୋଲି ବୋଲି ସମିତିର ମିଡିଆ ସେଲ କାର୍ଯ୍ୟାଳୟ ପ୍ରମୁଖ ଗୋଲଖ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।

ସମିତି ତରଫରୁ ପୁରୀ ଓ ଦାଣ୍ଡମୁକୁନ୍ଦପୁରଠାରେ ବାତ୍ୟାର ଷଷ୍ଠ ଦିନରେ ମଧ୍ୟ ରନ୍ଧାଖାଦ୍ୟ ବିତରଣ ହେଉଛି। ବାତ୍ୟା ଦିନ ସମିତି ପରିସରରେ ନିକଟବର୍ତୀ ବସ୍ତି ଅଞ୍ଚଳରେ ରହୁଥିବା ପ୍ରାୟ ୪୦୦ଊର୍ଧ୍ବ ବାସିନ୍ଦାଙ୍କୁ ରହିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର