ଭୁବନେଶ୍ବର: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇଏସ୍) ପକ୍ଷରୁ ୟୁନିଟ୍-୯ସ୍ଥିତ ପଞ୍ଚଦୀପ ଭବନଠାରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ମଚାରୀମାନେ ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋଚନା କରିଥିଲେ। ମୁଖ୍ୟାଳୟର ମେଡ଼ିକାଲ ପରିଚାଳକ ବାବାଜୀ ବାରିକ୍, ରାଜ୍ୟ ମେଡ଼ିକାଲ ଅଧିକାରୀ ଲାଲ୍ମୋହନ ମିଶ୍ର, ଡାକ୍ତର, ନର୍ସ, ପାରାମେଡ଼ିକାଲ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହାବ୍ୟତୀତ ଆଞ୍ଚଳିକ ନିର୍ଦ୍ଦେଶକ ପିସି ପଣ୍ଡାଙ୍କ ତତ୍ତ୍ବାବଧାନରେ ବାୟାବାବା ବସ୍ତି, ବାଣୀବିହାର ବସ୍ତିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।
ପଞ୍ଚଦୀପ ଭବନରେ ଯୋଗ ଶିବିର
/sambad/media/post_attachments/wp-content/uploads/2022/06/z64dg65da4gd65gdgda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)