ଭୁବନେଶ୍ବର : ଯୋଗ ମହୋତ୍ସବ ସମିତି ଓଡ଼ିଶା ପକ୍ଷରୁ ଆସନ୍ତା ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶାଳ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରତିବର୍ଷ ଭଳି ଓଡ଼ିଶାର ସବୁ ସହରରୁ ଆରମ୍ଭ କରି ବିଭିନ୍ନ ବ୍ଲକ ଓ ପଞ୍ଚାୟତସ୍ତରରେ ପ୍ରାୟ ୧୦ ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଭୁବନେଶ୍ବରର ଜନତା ମଇଦାନଠାରେ ଏହି ବିଶାଳ ସମାରୋହ ଆୟୋଜିତ ହେବ। ଏଥିରେ ୮ ହଜାରୁ ଊର୍ଧ୍ବ ଲୋକ ଯୋଗ ଦେବେ ବୋଲି ସମିତି ପକ୍ଷରୁ ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଯୋଗ ଶିବିରରେ ଯେ କୌଣସି ବ୍ୟକ୍ତି ଯୋଗ ଦେଇପାରିବେ। ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ୨୧ ତାରିଖ ସକାଳ ୬ଟାରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସମିତିର ସେଟ୍ଲର୍ ସ୍ବାମୀ ପ୍ରାଣ ରୂପାନନ୍ଦଜୀ, ସମ୍ପାଦକ ଦିବାକର ପ୍ରସାଦ ହରିଚନ୍ଦନ ଓ କୋଷାଧ୍ୟକ୍ଷ ସତ୍ୟ ଶୋଭନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
୨୧ରେ ଜନତା ମଇଦାନରେ ବିଶାଳ ଯୋଗ ସମାରୋହ
/sambad/media/post_attachments/wp-content/uploads/2019/06/m31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)