ରାଜଧାନୀରେ ଯୋଗ ଦିବସ: ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍‌

ଭୁବନେଶ୍ବର: ଓଡିଏମ୍ ସ୍କୁଲ ପରିସରରେ ଆଜି ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗ ଦିବସରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ ପୌରୋହିତ୍ୟ କରିଥିଲେ। ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ପ୍ରାଣାୟମ୍ ଓ ବିଭିନ୍ନ ଆସନ ବାବଦ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଶିବିରରେ ଓଡିଏମ୍‌ ଶିକ୍ଷାସମୂହର ନିର୍ଦ୍ଦେଶିକା ଇନ୍ଦୁମତି ରାୟ, ମୁଖ୍ୟ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ, ଉପାଧ୍ୟକ୍ଷା ଝିନୁକ୍ ଦତ୍ତାରାୟ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗାଭ୍ୟାସ କରିଥିଲେ। ପଟିଆସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ସଦସ୍ୟ ଓ ସଦସ୍ୟାମାନଙ୍କ ସହଯୋଗରେ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା।

ପାତ୍ରପଡ଼ା ଯୋଗ ସାଧନା କେନ୍ଦ୍ର

ଭୁବନେଶ୍ବର, ୨୧।୬ (ଇମିସ): ପାତ୍ରପଡ଼ାସ୍ଥିତ ଯୋଗ ସାଧନା କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। କ୍ଷେତ୍ର ପ୍ରଧାନ ଉଦୟନାଥ ସାହୁ ଶିବରକୁ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ପ୍ରମୁଖ ପ୍ରତାପ ଚନ୍ଦ୍ର ମହାପାତ୍ର ଆଜିର ବିଷମ ପରିସ୍ଥିତିରେ ଯୋଗ କିପରି ଶାନ୍ତି, ଏକତା, ଭଲ ପାଇବା ଓ ଭାତୃତ୍ବଭାବ ବୃଦ୍ଧିରେ ସହାୟକ ହେଉଛି, ସେନେଇ ବକ୍ତବ୍ୟ ରଖିଥିଲେ। କେନ୍ଦ୍ରର ସାଧକ ସାଧିକାମାନେ ଯୋଗ କୌଶଳ ପ୍ରଦର୍ଶନ କରିଥିଲେ। କଲ୍ୟାଣୀ ପଣ୍ଡା ଓ ସାଥୀ ସାଧିକାମାନଙ୍କ ଦ୍ବାରା ସରସ୍ବତୀ ବନ୍ଦନା ଗାନ କରାଯାଇଥିଲା। ଶରତ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ। ବସନ୍ତ କୁମାର ସାହୁ, ପ୍ରଭାକର ପଣ୍ଡା, ତରୁଣବାଳା ମହାପାତ୍ର, ପୁଷ୍ପାଞ୍ଜଳି ରାଉତରାୟ, ହେମନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ। ଟଙ୍କଧର ବେହେରା ଧନ୍ୟବାଦ ଦେଇଥିଲେ। ମହେନ୍ଦ୍ର ରଣସିଂହଙ୍କ ନେତୃତ୍ବରେ ମିଠା ଓ ଫଳ ବଣ୍ଟନ କରାଯାଇଥିଲା।

ସୃଷ୍ଟି ଏକାଡେମି

ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍‌ମେଣ୍ଟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଗୁରୁ ବିଶ୍ୱରଂଜନ ରଥ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ରଞ୍ଜନ କୁମାର ବଳ ଯୋଗ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲ‌େ। ଆଜିର ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଗାୟତ୍ରୀ ମହାମନ୍ତ୍ର, ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନର ଚେୟାରମ୍ୟାନ୍ ସରୋଜ କୁମାର ସାହୁଙ୍କ ସହ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଅଧ୍ୟାପକ ଜିତେନ୍ଦୁ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲ‌େ।

ସମ୍ବନ୍ଧିତ ଖବର