ଭୁବନେଶ୍ୱର : ଓଡ଼ିଶା ଯୋଗ ମହୋତ୍ସବ ସମିତିର ଯୋଗ ପ୍ରଶିକ୍ଷଣ ଶିବିର ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ପ୍ରଧିନିଧି ଓ ଯୋଗ ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ପୂଜ୍ୟ ସ୍ୱାମୀ ସଦାନନ୍ଦ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସ୍ୱାମୀ ପ୍ରଣରୂପା ନନ୍ଦଜୀ ମହାରାଜ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କ୍ଷେତ୍ର ପ୍ରଚାରକ ପ୍ରଦୀପ ଯୋଶୀ କ୍ଷେତ୍ର କାର୍ଯ୍ୟବାହ ଗେପାଳ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଯୋଗ ମହୋତ୍ସବ ସମିତିର ସଭାପତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଭାପତିତ୍ୱ କରି ଆଗମୀ ଦିନରେ ଯୋଗର ପ୍ରଚାର ଓ ପ୍ରସାର କିପରି ହୋଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଦିବାକର ପ୍ରସାଦ ହରିଚନ୍ଦନ କୋଷାଧ୍ୟକ୍ଷ ସତ୍ୟ ଶୋଭନ୍ ମିଶ୍ର ଓ ସଦସ୍ୟା ସରୋଜ ଲକ୍ଷ୍ମୀ ସିଂ ଏବଂ ସରୋଜ ମିଶ୍ର ସଂଯୋଜନା କରିଥିଲେ।
ଯୋଗ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/yoga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)