ଭୁବନେଶ୍ୱର: ଆସନ୍ତା ଜୁନ୍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ଯୋଗ ମହୋତ୍ସବ ସମିତି, ଓଡ଼ିଶା ପକ୍ଷରୁ ବିଶାଳ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯୋଗ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ଓ ଏକ ସୁସ୍ଥ ସମାଜ ଗଠନ କରିବା ଲକ୍ଷ୍ୟରେ ଏହି ଅନୁଷ୍ଠାନ ପକ୍ଷରୁ ରାଜ୍ୟର ୧୦ ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସବୁ ଶ୍ରେଣୀର ଲୋକମାନେ ଏଥିରେ ଅଂଶଗ୍ରହଣ କରି ଯୋଗର ଲାଭ ଉଠାଇପାରିବେ। ଆଜି ହୋଟେଲ୍ ରୟାଲ୍ ମିଡ୍ଟାଉନ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଂପାଦକ ଦିବାକର ପ୍ରସାଦ ହରିଚନ୍ଦନ, ସ୍ୱାମୀ ପ୍ରାଣ ରୂପାନନ୍ଦଜୀ ଓ କୋଷାଧ୍ୟକ୍ଷ ସତ୍ୟ ଶୋଭନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କହିଥିଲେ, ଏହି ଯୋଗ କାର୍ଯ୍ୟକ୍ରମ ପାଇଁ ଯୋଗ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି ଯୋଗ ଶିକ୍ଷକମାନେ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକମାନଙ୍କୁ ଯୋଗ ଉପରେ ଶିକ୍ଷା ଦେବା ସହ ଏହାର ଉପକାରିତା ଉପରେ ସଚେତନ କରାଇବେ। ଭୁବନେଶ୍ୱରର ୧୦୦ ସ୍ଥାନରେ ସେହି ଦିନ ଯୋଗ ପ୍ରଶିକ୍ଷଣ ଦିଆଯିବ ବୋଲି କର୍ମକର୍ତାମାନେ ସୂଚନା ଦେଇଛନ୍ତି।
ଯୋଗ ମହୋତ୍ସବ ସମିତି ପକ୍ଷରୁ ଯୋଗ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2018/06/m2-4.jpg)