ଭୁବନେଶ୍ବର: ରାଜଧାନୀରେ କେହି ମନଇଚ୍ଛା ବାଣ ଦୋକାନ ଖୋଲିପାରିବେନି କି ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ବାଣ ଗଚ୍ଛିତ କରିପାରିବେ ନାହିଁ। ସେହିପରି ସବୁଜବାଣ ଉପରେ ଗୁରୁତ୍ବ ଦିଆଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି। ଏଥିପାଇଁ ରାଜଧାନୀର ୨୫ଟି ସ୍ଥାନକୁ ଚିହ୍ନଟ କରାଯାଛି। କେବଳ ସେଠାରେ ହିଁ ବାଣ ଦୋକାନ ଖୋଲିବ। ଅନ୍ୟ କୌଣସି ସ୍ଥାନରେ ଖୁଚୁରା ବାଣ ବିକ୍ରି କରିପାରିବେ ନାହିଁ। ଚିହ୍ନଟ ସ୍ଥାନରେ ଗୋଟିଏ ଗୋଟିଏ କ୍ଲଷ୍ଟର୍ରେ ୫୦ଟି ଦୋକାନ ରହିବ। ଦୋକାନ ମଧ୍ୟରେ ଅତିକମ୍ରେ ୩ମିଟର ଓ ଦୋକାନ ସମ୍ମୁଖରେ ୫୦ ମିଟର ବ୍ୟବଧାନ ରହିବ। ଜଣେ ବ୍ୟବସାୟୀ ଅତି ବେଶିରେ ୩୦୦କେଜିର ଆତସବାଜୀ ସାମଗ୍ରୀ ରଖିପାରିବେ। ୧୨୫ ଡେସିବେଲ୍ ଶବ୍ଦ ଥିବା ବା ସବୁଜ ବାଣକୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଏପର୍ଯ୍ୟନ୍ତ ୫୦୦ଜଣ ବାଣ ବ୍ୟବସାୟ ପାଇଁ ଆବେଦନ କରିଥିବା ବେଳେ ୨୦୦ ଜଣଙ୍କୁ ଅନୁମତି ଦିଆଯାଇଛି। ବାକି ୩୦୦ଜଣଙ୍କର ଆବେଦନ ପତ୍ର ଯାଞ୍ଚ କାଯାଉଛି। ସେହିପରି ଲୋକମାନେ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ।
୨୫ ସ୍ଥାନ ଚିହ୍ନଟ, ୩୦୦କେଜିରୁ ଅଧିକ ସାମଗ୍ରୀ ରଖିଲେ ତଣ୍ଡ
୨୦୦ଙ୍କୁ ମିଳିଲା ଅନୁମତି, ଅପେକ୍ଷାରେ ୩୦୦
ଖୁଚୁରା ବ୍ୟବସାୟୀ ଓ ଅମାନିଆଙ୍କ ଉପରେ ନଜର ରଖିବା ପାଇଁ ସମସ୍ତ ଥାନାକୁ ନିର୍ଦେଶ ଦିଆଯାଇଛି। ସେମାନେ ନିଜ ନିଜ ଅଞ୍ଚଳରେ ନଜର ରଖିବେ। ସେହିପରି ବିଏମ୍ସି, ଅଗ୍ନିଶମ ବାହିନୀ, ପ୍ରଦୂଷଣ ବିଭାଗ ଓ ପୁଲିସକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ସେମାନେ ବୁଲି ବୁଲି ପ୍ରତିଟି ଦିଗ ଉପରେ ନଜର ରଖିବା ସହ ସନ୍ଦେହ ହେଲେ ବ୍ୟବସାୟୀଙ୍କ ଉପରେ ଚଢ଼ଉ କରି ବାଣର ମାନ ଯାଞ୍ଚ କରିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/16/dgaddgazcvcv-2025-10-16-03-21-17.jpg)