ଯୁବତୀଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ବର : ଘରେ ପଶି ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ମାମଲାରେ ଭରତପୁର ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ହରପାର୍ବତୀ ସାହିର ଅରୁଣ ନାୟକ(୨୮) ଓରଫ ବାପିନା। ପୁଲିସ ସୂଚନା ଅନୁସାରେ ଗତ ୧୮ ତାରିଖ ରାତିରେ ପୀଡ଼ିତା ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ବାପିନା ଘରେ ପଶି ଅସଦାଚରଣ କରିଥିଲା। ଏହାକୁ ପୀଡ଼ିତା ଏବଂ ତାଙ୍କ ଭଉଣୀ ବିରୋଧ କରିବାରୁ ଅଭିଯୁକ୍ତ ବାପିନା ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର