ଭୁବନେଶ୍ବର: ଭଡ଼ାରେ ରହୁଥିବା ଜଣେ ଯୁବତୀଙ୍କ ଗାଧୁଆ ବେଳର ଭିଡିଓ ଉତ୍ତୋଳନ କରିବା ଅଭିଯୋଗରେ ନୂ୍ଆପଲ୍ଲୀ ଥାନା ପୁଲିସ ଘର ମାଲିକଙ୍କ ପୁଅକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ନୂଆପଲ୍ଲୀ ଆଇଆରସି ଭିଲେଜର ବିଷ୍ଣୁ ରତନ ଲଧାନିଆ (୪୨)। ସୂଚନାନୁସାରେ ସମ୍ପୃକ୍ତ ଯୁବତୀ ତାଙ୍କର ଜଣେ ସାଙ୍ଗଙ୍କ ସହ ନୂଆପଲ୍ଲୀ ଥାନା ଆଇଆରସି ଭିଲେଜସ୍ଥିତ ପ୍ଲଟ୍ ନଂ ଏନ୬/ ୪୬୦ରେ ରହୁଛନ୍ତି। ସେହି ଘର ମାଲିକଙ୍କ ପୁଅ ବିଷ୍ଣୁ ରତନ ଦୀର୍ଘ ଦିନ ଧରି ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀ ଓ ତାଙ୍କ ସାଙ୍ଗକୁ ପିଛା କରୁଥିଲା।
ଏହାସହ ବିଭିନ୍ନ ସମୟରେ ଉଭୟଙ୍କୁ ମେସେଜ କରୁଥିଲା। ଯୁବତୀଜଣକ ଏ ସମ୍ପର୍କରେ ଘର ମାଲିକଙ୍କୁ କହିବାକୁ ବିଷ୍ଣୁ ରତନ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଏହାପରେ ଗତ ୫ ତାରିଖ ସକାଳେ ଯୁବତୀ ଗାଧୋଉଥିବା ସମୟରେ ଅଭିଯୁକ୍ତ ସ୍କାଇଲାଇଟ୍ ଫାଙ୍କରେ ମୋବାଇଲରେ ତାଙ୍କର ଭିଡିଓ କରୁଥିବା ଦେଖିଥିଲେ। ପାଟି କରିବାରୁ ଅଭିଯୁକ୍ତ ପଳାଇ ଯାଇଥିଲା। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତକୁ କାବୁ କରିବା ସହିତ ତା ନିକଟରୁ ମୋବାଇଲ ଫୋନ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/26-5.jpg)