ପୁରୁଣା ଭୁବନେଶ୍ୱର : ଆର୍ଥିକ ଅନଟନ ଯୋଗୁଁ ଦୁଇ ଦିନ ପୂର୍ବେ ବିନ୍ଦୁସାଗରକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ମଙ୍ଗଳବାର ପୁଣି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବକ ଜଣକ ନିଶା ସେବନ କରି ବିନ୍ଦୁସାଗର କୂଳରେ ଏପରି ଉଦ୍ୟମ କରୁଥିବା ବେଳେ ପ୍ରଦୀପ ସେବା ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ପୃଷ୍ଟି ତାଙ୍କୁ ଉଦ୍ଧାର କରିଥିଲେ। ଯୁବକ ଜଣକ ହେଲେ ଖଣ୍ଡଗିରି ଥାନା ଅଧୀନ ବରବାରି ଅଞ୍ଚଳର ବାବୁନି ଓରଫ ପର୍ଶୁରାମ ଓଝା(୨୭)। ଶ୍ରୀ ପୃଷ୍ଟି ବାବୁନିଙ୍କ ଭିଣୋଇ ଓ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଜଣାଇଥିଲେ।
ବିନ୍ଦୁସାଗରକୁ ଡେଇଁ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
/sambad/media/post_attachments/wp-content/uploads/2021/01/bindusagar-aff.jpg)
/sambad/media/agency_attachments/2024-07-24t043029592z-sambad-original.webp)
