ଧଉଳି : ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ସ୍ମୃତିରଞ୍ଜନ ନାୟକ (୨୫) ରବିବାର ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକ ସ୍ମୃତିରଞ୍ଜନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତଳକୁ ଓହ୍ଲାଇ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ ସ୍ମୃତିରଞ୍ଜନ ଅବିବାହିତ। ପାରିବାରିକ କଳହ, ପ୍ରେମଜନିତ କାରଣ କିମ୍ବା ଅନ୍ୟ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଏନେଇ ଧଉଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ହସ୍ପିଟାଲ ନେବା ବେଳେ ତାଙ୍କ ପାଟିରୁ ଦାନାଦାର ଗନ୍ଧ ବାହାରୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେଣୁ ଦାନାଦାର ଖାଇବା ପରେ ସେ ଝୁଲି ପଡ଼ିଥିବା କୁହାଯାଉଛି।
ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/12/suicide-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)