ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଲକ୍ଷ୍ମୀଧର ବେହେରା (୪୫) ଗତକାଲି ବିଳମ୍ବିତ ରାତିରେ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ୨ଟି ଯାକ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି |
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ୧୧ ଟା ସମୟରେ ଲକ୍ଷ୍ମୀଧର ନିଜ ଫାର୍ମକୁ ଯାଉଥିଲେ। ହଠାତ ପଛପଟୁ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ସେ ରାସ୍ତା ଉପରେ ୨୦ ମିଟରରୁ ଅଧିକ ବାଟ ଘୋଷାଡ଼ି ହୋଇ ଯାଇଥିଲେ। ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ ୨ ଗୋଡ଼ ଭାଙ୍ଗିଯାଇଥିଲା। ସେ ଘଟଣାସ୍ଥଳରେ ହୋଇ ପଡ଼ିଯାଇଥିଲେ।
ଗୁରତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଳକାଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ସୁଧାର ନ ଆସିବାରୁ ଆଜି ଲକ୍ଷ୍ମୀଧରଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। ଲକ୍ଷ୍ମୀଧରଙ୍କ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ବାଇକ ଚାଳକ ମଧ୍ୟ ରାସ୍ତାରେ ପଡ଼ି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/bike.jpg)