ଭୁବନେଶ୍ବର: ବିଧାନସଭାରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ ହୋଇଛି। ଠକେଇ କରିଥିବା ଯୁବକ ପୁରୀ ଜିଲ୍ଲାର ବୋଲି ଜଣାଯାଇଛି। ଏହି ଯୁବକକୁ ଧରି ପୁଲିସ ଜିମା ଦେଇଛନ୍ତି କିଛି ଯୁବକ। ଟଙ୍କା ନେବାକୁ ଆସିଥିବା ବେଳେ ବିନ୍ଦୁ ସାଗରରୁ କାବୁ କରିଲେ ଛକି ବସିଥିବା ଯୁବକମାନେ।
ଘଟଣାସ୍ଥଳରେ ପୁଲିସ୍ ପଚରାଉଚୁରା କରିବା ପରେ ଲିଙ୍ଗରାଜ ଥାନ କୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ଧରା ପଡ଼ିଥିବା ଯୁବକର ନାଁ ହେଉଛି ପୃଥ୍ବୀରାଜ୍ ବେହେରା। ସେ ଓ ଏଲ ଏକ୍ସରେ ସରକାରୀ ଚାକିରୀ କରାଇ ଦେବା ପାଇଁ ଦେଇଥିଲା ବିଜ୍ଞାପନ। ଲୋକସେବା ଭବନରେ ବି ଚାକିରି କରାଇ ଦେବା ପାଇଁ କହିଥିଲା। ପୂର୍ବରୁ ବହୁ ଲୋକକୁ ଅନ ଲାଇନରେ ଟଙ୍କା ନେଇ ଠକି ସାରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-22.png)