ଭୁବନେଶ୍ବର : ପ୍ରଥମେ ଫେସ୍ବୁକ୍ ମେସେଞ୍ଜର୍ରେ ଚାଟିଂ, ତା'ପରେ ହ୍ବାଟ୍ସଆପ୍ରେ ଅଶ୍ଳୀଳ କଥାବାର୍ତା। ଆଉ ପରେ ନ୍ୟୁଡ୍ ଭିଡିଓ କଲ୍ କରି ଯୁବକଙ୍କ ମୁହଁ ରେକର୍ଡ କରି ସେକ୍ସଟର୍ସନ ଜାଲରେ ଫସାଇଛି ସାଇବର ଠକ। ଡୁମୁଡୁମା ଅଞ୍ଚଳର ଏହି ଯୁବକ ଜଣକ ଏ ନେଇ ଭୁବନେଶ୍ବର ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି।
ଯୁବକଙ୍କ କହିବାନୁଯାୟୀ, ସେ ଫେସବୁକ୍ରେ ଭୁବନେଶ୍ବରକୁ ନେଇ ଏକ ପେଜ୍ ଚଲାନ୍ତି। ସେଥିରେ ତାଙ୍କର ଫୋନ୍ ନମ୍ବର ଦିଆଯାଇଛି। ସେହି ନମ୍ବରରେ ଜଣେ ସାଇବର ଠକ ତାଙ୍କୁ ମେସେଜ୍ କରିଥିଲା। ଏହା ପରେ ଅଶ୍ଳୀଳ ଭିଡିଓ କଲ୍ କରିଥିଲା। ଭିଡିଓ କଲ୍ ଉଠାଇବା ମାତ୍ରେ ଏକ ପର୍ଣ୍ଣ ଭିଡିଓ ଚାଲିଥିଲା। ଆଉ ସେହି କିଛି ସମୟ ମଧ୍ୟରେ ତାଙ୍କର ମୁହଁ ରେକଡିଂ ହୋଇଥିଲା। ଏହା ପରେ ଫୋନ୍ ପେ' ଯୋଗେ ଟଙ୍କା ନଦେଲେ ଏହି ଭିଡିଓ କଲ୍କୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ସହିତ ଯୁବକଙ୍କ ପରିବାର ଲୋକ, ବନ୍ଧୁମାନଙ୍କ ପାଖକୁ ପଠାଇବ ବୋଲି ଧମକ ଦେଇଛି ସାଇବର ଠକ। ତେଣୁ ବାଧ୍ୟ ହୋଇ ସେ ଆଜି ସାଇବର୍ ସେଲ୍ର ଦ୍ବାରସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/cyber-crime-Complete-Controller-1-1030x687-2.jpg)