ହସ୍ପିଟାଲରୁ ରୋଗୀଙ୍କ ମୋବାଇଲ ଲୁଟି ଧରାପଡ଼ିଲା ଯୁବକ

ଭୁବନେଶ୍ବର : କ୍ୟାପିଟାଲ ହସ୍‌ପିଟାଲରେ ରୋଗୀଙ୍କ ମୋବାଇଲ ଫୋନ୍‌ ଚୋରି କରି ଚମ୍ପଟ ମାରୁଥିବା ବେଳେ ଜଣେ ଲୁଟୋରାକୁ କାବୁ କରିଛନ୍ତି ରୋଗୀଙ୍କ ପରିଜନ। ଅଭିଯୁକ୍ତ ହେଉଛି ମଞ୍ଚେଶ୍ବର ରୁଆକଟାର ସଞ୍ଜୟ ବେଜ। ଲୋକମାନେ ତାକୁ ଧରି କ୍ୟାପିଟାଲ ଥାନା ପୁଲିସ ଜିମା ଦେଇଛନ୍ତି। ପୁଲିସ ତା’ଠାରୁ ଦୁଇଟି ମୋବାଇଲ ଫୋନ୍‌ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସଞ୍ଜୟ ପ୍ରତିଦିନ ମେଡିକାଲରେ ଘୂରି ବୁଲିବା ସହ ‌ମଉକା ଦେଖି ମୋବାଇଲ ଚୋରି କରେ। ବୁଧବାର ପୂର୍ବାହ୍ନ ୧୧ଟା ବେଳେ ସେ ହସ୍‌ପିଟାଲ୍‌ରେ ବୁଲୁଥିଲା। ସର୍ଜରି ୱାର୍ଡରେ ବିମଳ ପ୍ରଧାନଙ୍କ ଝିଅ ଆଡ୍‌ମିଟ୍‌ ହୋଇଥିବାବେଳେ ବେଡ୍‌ପାଖରେ ସେ ତାଙ୍କ ଦୁଇଟି ମୋବାଇଲ ଫୋନ୍‌ ରଖିଥିଲେ। ସେ ଅନ୍ୟମନସ୍କ ଥିବା ବେଳେ ସଞ୍ଜୟ ମୋବାଇଲ ଧରି ପଳାଉଥିଲା। ଝିଅଟି ପାଟି କରିବାରୁ ଅନ୍ୟ ରୋଗୀଙ୍କ ପରିଜନମାନେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ଏବଂ ଉତ୍ତମମଧ୍ୟମ ଦେବା ପରେ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର