ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଜବତ

ବାରଙ୍ଗ/ତ୍ରଶୂଳିଆ : ଶନିବାର ସନ୍ଧ୍ୟାରେ ତ୍ରିଶୂଳିଆ-ବାଙ୍କୀ ରାସ୍ତା ବ୍ରାହ୍ମଣୀ ଗାଁ ନିକଟରୁ ବାରଙ୍ଗ ଥାନା ପୁଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ, କଟକ ବଙ୍ଗାଳିସାହି ଅଞ୍ଚଳର ଆଶିଷ କୁମାର ମହାନ୍ତି (୩୦)। ସେ କଟକ ସଦର ତହସିଲରେ ଡାଟାଏଣ୍ଟ୍ରି କର୍ମଚାରୀ ଭାବେ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି। ମୃତଦେହ ଏକ କାଠଗୋଲା ସମ୍ମୁଖ ରାସ୍ତାପାର୍ଶ୍ବରେ ପଡ଼ିଥିବା ଅବସ୍ଥାରେ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ଆଶିଷ ଅନ୍ୟ ଜଣେ ଯୁବକଙ୍କ ସହ ବାଇକ୍‌ରେ ବସି ବୁଲୁଥିବାର କିଛି ଲୋକ ଦେଖିଥିବା ପୁଲିସକୁ ସୂଚନା ଦେଇଛନ୍ତି। ତେବେ ଆଶିଷଙ୍କ ମୃତ୍ୟୁ ଦୁର୍ଘଟଣାଜନିତ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର