ଭୁବନେଶ୍ବର : ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଭଳି ୧୮ରୁ ୪୪ବର୍ଷ ବୟସ୍କ ଯୁବବର୍ଗଙ୍କୁ ଡ୍ରାଇଭ୍ ଇନ୍ରେ ପ୍ରଥମ ଡୋଜ୍ ଟିକା ଦିଆଯିବ। ଏନେଇ ବିଏମ୍ସି ପକ୍ଷରୁ ଆଜି ସ୍ଲଟ୍ ବୁକିଂ ହୋଇଛି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୧ରୁ ବନ୍ଦ ଥିବା ଯୁବବର୍ଗଙ୍କୁ ପ୍ରଥମ ଡୋଜ୍ ଟିକା ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଏବେ ୭ଟି ଡ୍ରାଇଭ୍ ଇନ୍ ଟିକା କେନ୍ଦ୍ରକୁ ବଛାଯାଇଛି। ଏଠାରେ ପୂର୍ବାହ୍ନ ୯ଟାରୁ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷଙ୍କୁ ପ୍ରଥମ ଡୋଜ୍ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କୁ ପ୍ରଥମ ଡୋଜ୍ ଦିଆଯିବ। ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ୪୫ବର୍ଷରୁ ଊର୍ଦ୍ଧ୍ବଙ୍କୁ ଦ୍ବିତୀୟ ଡୋଜ୍ ଦିଆଯିବ। ଡ୍ରାଇଭ୍ ଇନ୍ ଟିକାରେ ମୋଟ୍ ୬୦୦ ଟିକା ପ୍ରତ୍ୟେକ କେନ୍ଦ୍ରରେ ଦିଆଯିବ। ଏଥିରୁ ୨୦୦ଟିକା ଯୁବବର୍ଗଙ୍କ ପ୍ରଥମ ଡୋଜ୍, ୧୦୦ ଟିକା ୪୫ବର୍ଷରୁ ଊର୍ଦ୍ଧ୍ବଙ୍କୁ ପ୍ରଥମ ଡୋଜ୍ ଦିଆଯିବ। ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ୪୫ବର୍ଷରୁ ଊର୍ଦ୍ଧ୍ବଙ୍କୁ ଦ୍ବିତୀୟ ଡୋଜ୍ରେ ୩୦୦ ଟିକା ଦିଆଯିବ।
ଡ୍ରାଇଭ୍-ଇନ୍ରେ ପ୍ରଥମ ଡୋଜ୍ ଟିକା ନେବେ ଯୁବବର୍ଗ
/sambad/media/post_attachments/wp-content/uploads/2021/05/vaccine-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)