ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର : ଜୟଦେବବିହାର ଟ୍ରାଇଡେଣ୍ଟ ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବତୀ ବ୍ଲେଡ୍‌ରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଏ ଖବର ପାଇ ନୂଆପଲ୍ଲୀ ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଯୁବତୀଙ୍କୁ ହସ୍ପିଟାଲ ପଠାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଜଣଙ୍କ ଏଭଳି କରିଥିବା ଜଣାପଡ଼ିଛି।

ଝିଅକୁ ଅପହରଣ, ମା ପୁଲିସ କମିସନରଙ୍କ ଦ୍ବାରସ୍ଥ
ଭୁବନେଶ୍ବର : ଜଣେ ନାବାଳିକାକୁ ଅପହରଣ କରିଥିବା ଯୁବକ ଖୋଲାଖୋଲି ବୁଲୁଥିଲେ ମଧ୍ୟ କ୍ୟାପିଟାଲ ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି। ଝିଅକୁ ଉଦ୍ଧାର ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ଦାବିରେ ଆଜି ନାବଳିକାଙ୍କ ମା’ ପୁଲିସ କମିସନରଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ ଦେଇଛନ୍ତି। ଅଭିଯୋଗରୁ ଜଣାପଡ଼ିଛି ଗତ ଏପ୍ରିଲରେ କେଦାରପଲ୍ଲୀ ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଘରୁ କେଉଁଆଡ଼େ ପଳାଇଥିଲେ। ତାଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଅପହରଣ କରି ନେଇଥିବା ନାବାଳିକାଙ୍କ ମା’ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ସମ୍ପୃକ୍ତ ଯୁବକ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର