ଭୁବନେଶ୍ବର : ଶୁକ୍ରବାର ଦିନ ଅପରାହ୍ନରେ ସୌଭାଗ୍ୟନଗର ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଗଂଜାମ ଜିଲ୍ଲା ଭୁବନ ଦାସଙ୍କ ସାନ ଝିଅ ସ୍ମିତାରାଣୀ ଦାସ(୨୦)। ପାରିବାରିକ କଳହରୁ ସ୍ମିତା ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଖବର ଅନୁସାରେ, ଗଂଜାମର ଭୁବନ ଦାସ ତାଙ୍କ ପତ୍ନୀ ଓ ପିଲାଛୁଆଙ୍କ ସହ ଦୀର୍ଘ ବର୍ଷ ହେବ ସୌଭାଗ୍ୟନଗରରେ ଭଡ଼ା ଘରେ ରହୁଥିଲେ। ଗତ କିଛି ଦିନ ହେଲା, କୌଣସି କାରଣକୁ ନେଇ ଭୁବନଙ୍କ ଘରେ ପାରିବାରିକ କଳହ ହୋଇଥିଲା। ଆଜି ଅପରାହ୍ଣରେ ଘରେ କେହି ନଥିବା ବେଳେ ସ୍ମିତା ଭିତରପଟୁ କବାଟ ଦେଇ ବେକରେ ଲୁଗା ବାନ୍ଧି ପଙ୍ଖାରେ ଝୁଲି ପଡ଼ିଥିଲେ। ଖବର ପାଇ ପରିବାରଲୋକ କବାଟ ଭାଙ୍ଗି ସ୍ମିତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ଖଣ୍ଡଗିରି ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
ନାବାଳିକାଙ୍କ ଆତ୍ମହତ୍ୟା
ଭୁବନେଶ୍ବର : ଗତକାଲି ରାତି ପ୍ରାୟ ୯ଟା ବେଳେ ବଡ଼ଗଡ଼ ଥାନା ତାରିଣୀ ବସ୍ତିରେ କେ ଇନ୍ଦିରା ରାଓ ନାମକ ଜଣେ ନାବାଳିକା ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ। ବଡ଼ଗଡ଼ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପାରିବାରିକ କଳହ ପାଇଁ ଇନ୍ଦିରା ଏଭଳି ଚରମ ନିିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/suicide.jpg)