ଭୁବନେଶ୍ବର: ରାଜଧାନୀ ରାସ୍ତାରେ ନିଆରା ଦୃଶ୍ୟ। ରାସ୍ତାରେ ମରିପଡ଼ିଥିବା କୁକୁରକୁ ନିଜ ହାତରେ ଟେକି ରାସ୍ତାରୁ ହଟାଇଲେ ଜଣେ ଯୁବତୀ। ଏହି ଦୃଶ୍ୟ ହେଉଛି ଭୁବନେଶ୍ୱର କିଟ ଅଞ୍ଚଳର। ଗାଡି ମାଡ଼ରେ ରାସ୍ତାରେ ମରି ପଡ଼ିଥିଲା କୁକୁରଟି। ରାସ୍ତାରେ ଅନେକ ଗାଡ଼ି ଗଡ଼ୁଥିଲା, ଲୋକମାନେ ବି ଯିବା ଆସିବା କରୁଥିଲେ। କିନ୍ତୁ ମୃତ କୁକୁର ପ୍ରତି କାହାରି ନଜର ନଥିଲା।

Advertisment

ଏହି ସମୟରେ ମର୍ଣ୍ଣିଂ କରୁଥିବା କିଛି ଯୁବାବର୍ଗଙ୍କ ନଜର ପଡ଼ିଥିଲା ମୃତ କୁକୁର ଉପରେ। ଜଣେ ରାସ୍ତାରେ ଗାଡ଼ି ଅଟକାଇବାବେଳେ ଜଣେ ଯୁବତୀ ନିଜ ହାତରେ ମୃତ କୁକୁରଟିକୁ ରାସ୍ତାରୁ ଉଠାଇଆଣିଥିଲେ।