‘ଲୁଲୁଙ୍କ ଆଦର୍ଶ‌ରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ’

ଭୁବନେଶ୍ବର: ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କ˚ଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କର ୨ୟ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ବର ରୋଟାରୀ ଭବନଠାରେ ପାଳିିତ ହୋଇଯାଇଛି। ମଙ୍ଗଳବାର ଏଠାରେ ଆୟୋଜିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ସ୍ବର୍ଗତ ଲୁଲୁ ବାବୁ ଜଣେ ନିର୍ଭୀକ, ଦୃଢ଼ମନା ନେତା ଥିଲେ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜନୀତିରେ ସତ୍ୟରୁ ସେ କେବେ ବିଚ୍ୟୁତ ହେଉନଥିଲେ। କ˚ଗ୍ରେସ ଦଳ କିପରି ଅଧିକ ସ˚ଗଠିତ ଓ ଜନପ୍ରିୟ ହୋଇପାରିବ ସେ ନେଇ ତାଙ୍କର ଉଦ୍ୟମ ଅବ୍ୟାହତ ରହିଥିଲା। ଆଜିର ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ କ˚ଗ୍ରେସ ନେତୃବୃନ୍ଦ ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସୁମିତ୍ରା ଜେନା, ଗୁରୁପଦ ନନ୍ଦ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ନିର୍ଭୀକତା ଆଜିର ଯୁବପିଢ଼ି ପାଇଁ ଆଦର୍ଶ ବୋଲି କହିଥିଲେ।
କମିଟି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତିସଭାରେ ଚିନ୍ମୟ ପ୍ରସାଦ ବେହୁରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ହିମା˚ଶୁ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଦୀପକ ସାହୁ, ଆଲୋକ ମହାନ୍ତି, ମନୋଜ ସାହୁ, ଘନ ମହାନ୍ତିି, ବିଶ୍ବଭୂଷଣ ଦାସ, ସରୋଜ ପରିଡ଼ା, ଦୀପକ ମହାପାତ୍ର, ଗୌରପ୍ରସାଦ ନନ୍ଦ, କିରଣ ସାହୁ, ରଜତ ଚୌଧୁରୀ, ମନୋଜ ବିଶ୍ବାଳ, ତରୁଣ ମିଶ୍ର, କୀର୍ତ୍ତନାନନ୍ଦ ଦାସ, ଅମିତ ମହାନ୍ତିି, ସୁନିଲ ମହାନ୍ତିି, ରିଚି ଦାସ, ସ˚ଜୟ ପଟ୍ଟନାୟକ, କିଶୋର ଜେନା, ଅଜୟ ସାମଲ, ଅଜୟ ମହାପାତ୍ର, ନିରଞ୍ଜନ ରାଉତ, ରବୀନ୍ଦ୍ର ଆଚାର୍ଯ୍ୟ ଓ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର