‘ସମ୍ବାଦ’ ପକ୍ଷରୁ ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌: ଆଉ ୩ ଦିନ, ଯୁବପିଢ଼ିଙ୍କ ମଧ୍ୟରେ ବିପୁଳ ଉତ୍ସାହ

ମୁଁ ଆସୁଛି ଆପଣ ବି ଆସନ୍ତୁ ବର୍ଷା ପ୍ରିୟଦର୍ଶନୀ

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ସାଇକେଲ ଚଲାଇବାର ଏକ ଅଭିନବ ଅନୁଭବର ଅବସର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶାର ନମ୍ବର ୧ ଖବରକାଗଜ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପ୍ରଥମ ‘ନାଇଟ୍‌ ସାଇକ୍ଲୋଥନ୍‌’କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ରାତି ୯ଟାରେ ଜନତା ମଇଦାନରୁ ଆରମ୍ଭ ହେବାକୁ ଥିବା ଏହି ସାଇକ୍ଲୋଥନ୍‌ରେ ଅଂଶଗ୍ରହଣ କରିବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅହେତୁକ ଆଗ୍ରହ ଅନୁଭୁତ ହୋଇଛି। ଆଜି ଏସମ୍ପର୍କିତ ଏକ ଖବର ପ୍ରକାଶନ ପରେ ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌ରେ ଭାଗନେବାକୁ ରାଜଧାନିବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ଓଲିଉଡ଼୍‍ର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏହି ସାଇକ୍ଲୋଥନ୍‌ରେ ଅଂଶଗ୍ରହଣ କରିବେ। ଏହି ଅଭିନବ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରି ରାତ୍ରିର ଅନ୍ଧକାରକୁ ବନ୍ଧୁତାର ଶୁଭ୍ରତାରେ ପରିଣତ କରିବାକୁ ଆହ୍ଵାନ ଦିଆଯାଇଛି। ସାଇକେଲ୍‌ ଚଲାଇ ନିଜକୁ ସୁସ୍ଥ ରଖିବା ସହିତ ଆମୋଦ, ଶାରିରୀକ ସୁସ୍ଥତା ଏବଂ ସଚେତନାର ବାର୍ତ୍ତା ବାଣ୍ଟିବ ଏହି ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌। ଏହି ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌ରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବନ୍ଧୁମାନେ ୯୧୭୮୬୧୧୯୯୬ ଏବଂ ୯୩୩୭୨୩୪୨୬୨ ନମ୍ବରେ ଯୋଗାଯୋଗ କରି ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ପ୍ରତ୍ୟେକ ରାଜଧାନୀବାସୀ ସାଇକେଲ୍‌ ଯୋଗାଡ଼ କରିବା ସହିତ ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌ରେ ଭାଗ ନେବାକୁ ଦୈନିକ ସାଇକେଲ୍‌ ଚଲାଉଥିବା ବ୍ୟକ୍ତିବିଶେଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର