ଭୁବନେଶ୍ବର : ଜମି ଦେବା ନାଁରେ ୧୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, କଟକ ଜଗତପୁର ଅଞ୍ଚଳର ଲଲିତ ନାରାୟଣ ପଣ୍ଡା(୨୮)। ପୁଲିସ ସୂଚନା ମୁତାବକ, ଗତ ୨୦୨୦ ମସିହାରେ ଲଲିତ ପଳାସୁଣୀ ଅଞ୍ଚଳରେ ଜମି ଦେବା ପାଇଁ ଜିଜିପି କଲୋନି ଅଞ୍ଚଳର ନର୍ମଦା ପରିଡ଼ାଙ୍କଠାରୁ ୧୮ଲକ୍ଷ ଟଙ୍କା ନେଇଥିଲେ। ଇତି ମଧ୍ୟରେ ବର୍ଷେ ବିତି ଯାଇଥିଲେ ବି ତାଙ୍କୁ ନା ଜମି ଦେଇଥିଲେ ନା ଟଙ୍କା ଫେରାଇ ଥିଲେ। ଟଙ୍କା ଫେରାଇବା ପାଇଁ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଟଙ୍କା ପାଇଁ ନର୍ମଦା ବାରମ୍ବାର ଚାପ ପକାଇବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ। ଏନେଇ ନର୍ମଦା ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।
ଜମିଦେବା ନାଁରେ ୧୮ଲକ୍ଷ ଠକେଇ, ଯୁବକ ଗିରଫ
/sambad/media/post_attachments/wp-content/uploads/2021/10/arrest-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)