ଭୁବନେଶ୍ବର : ଶ୍ବଶୂରଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତ ଜ୍ବାଇଁକୁ ଗିରଫ କରିଛି। ସେ ହେଲା ସୁନ୍ଦରପଦା ଆରାଧନା ନଗର ଅଞ୍ଚଳର ରାଜେଶ କୁମାର ମିଶ୍ର (୪୦)। କୌଣସି କାରଣକୁ ନେଇ ଶ୍ବଶୂର ଘର ସହ ରାଜେଶର ବିବାଦ ଲାଗି ରହିଛି। ଗତ ୧୪ ତାରିଖ ସନ୍ଧ୍ୟାରେ ରାଜେଶ ଲକ୍ଷ୍ମୀସାଗରସ୍ଥିତ ଶ୍ବଶୂର ଜୟନାରାୟଣ ନନ୍ଦଙ୍କ ଘରକୁ ଆସି ଗାଳିଗୁଲଜ କରିଥିଲା। ଶ୍ବଶୂର ପ୍ରତିବାଦ କରିବାରୁ ରାଜେଶ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ସେ ଏତେ ରାଗିଯାଇଥିଲା ଯେ ଲୁହାରଡ୍‌ରେ ପିଟି ଜୟନାରାୟଣଙ୍କୁ ଗୁରୁତର କରିଥିଲା।

ଗଣ୍ଡଗୋଳ କରି ଯୁବକ ଗିରଫ

Advertisment

ଧଉଳି : ଏକ ଗଣ୍ଡଗୋଳ ମାମଲାରେ ଧଉଳି ଥାନା ପୁଲିସ ଆଜି ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଶିଶୁପାଳଗଡ଼ ଅଞ୍ଚଳର ବିଶ୍ବନାଥ ମହାପାତ୍ର(୨୫)। ବିଶ୍ବନାଥ ବିରୋଧରେ ଉକ୍ତ ଗ୍ରାମର ଅରୁଣ କୁମାର ଜେନା ଅଭିଯୋଗ କରିଥିଲେ। ଗତ ମେ ୧୫ ତାରିଖରେ ବିଶ୍ବନାଥ ଓ ଅରୁଣଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ଏକାଧିକ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।