ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ବର : ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ ଅଭିମନ୍ୟୁ ନାୟକ। ଘର ବାପୁଜୀନଗର କେଦାରପଲ୍ଲୀର ପିଏଚ୍‌ଡି ବସ୍ତିରେ। ଆଜି ଅଭିମନ୍ୟୁକୁ ପୁଲିସ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ, ଅଭିମନ୍ୟୁ ଗତକାଲି ନିଶାସକ୍ତ ଅବସ୍ଥାରେ ଆସି ନିଜ ବାପା, ମା’ଙ୍କ ସହିତ ଝଗଡ଼ା କରିବା ସହିତ ମାରପିଟ୍‌ କରୁଥିଲା। ବସ୍ତିର ପ୍ରମୋଦ ନାୟକ ଏହାର ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିମନ୍ୟୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏଥିରେ ପ୍ରମୋଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏ ନେଇ ପ୍ରମୋଦ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର